ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮
ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ ଧାରଣା ଦେଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ବିଭିନ୍ନ ସମୟରେ ଅଧିକାରୀମାନେ ଆସି ବୁଲିଯାଉଛନ୍ତି । ହେଲେ ପରବର୍ତ୍ତି ସମୟରେ ତାହା ଫାଇଲ ତଳେ ଚାପି ହୋଇଯାଉଛି । କାର୍ଯ୍ୟାନୁଷ୍ଠାନ ହେବ ବୋଲି କେବଳ ଭୁଆଁ ବୁଲାଉଛି ପ୍ରଶାସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାଇ ଦେଇଛନ୍ତି ।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଭିନ୍ନ ଉନ୍ନତି ମୂଳକ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତାରି ତଦନ୍ତ ଦାବିରେ ସାରାବଙ୍ଗ ଗ୍ରାମବାସୀ ପଞ୍ଚାୟତ ସମ୍ମୁଖରେ ଗତ ଜୁନ ୧୯ ତାରିଖ ଦିନ ଧାରଣା ଦେଇଛନ୍ତି । ସେହି ଦିନଠାରୁ ଭିନ୍ନ ଭିନ୍ନ ଦିନରେ ବ୍ଲକ ତଥା ଜିଲା ପ୍ରଶାସନର ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ବୁଲି ଯାଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି। ପ୍ରଥମେ ବିଡିଓ ସୁନୀଲ କୁମାର କେର୍କେଟା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଜୁନ ୨୨ ତାରିଖରେ ବୁଲି ଯାଇଛନ୍ତି। ପରେ ଡିଆରଡିଏରୁ ଏକ ୱାର୍କସ କମିଟି ଦାବିଗୁଡିକ ଉପରେ ତଦନ୍ତ କରି ଯାଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାଯାଏଁ ସେମାନେ ଏଥିରୁ ଓହରି ବେନାହିଁ ବୋଲି ଅଡି ବସିଛନ୍ତି । ଏଣେ ଦିନ ପରେ ଦିନ ଗଡିଚାଲିଛି । ଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉକି ଭତ୍ତା ବଣ୍ଟନ ଭଳି କାମରେ ବାଧା ସୃଷ୍ଟି ହେଉଛି । ଯେକୌଣସି ଅଭିଯୋଗ ଥାଉନା କାହିଁକି ଖୋଲା ଖୋଲି ଆସି ଆଲୋଚନା କରି ପାରିବେ ବୋଲି ସରପଞ୍ଚ କହିଥିବାବେଳେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଛୁ । କୌଣସି ପ୍ରକାର ବିଶୃଙ୍ଖଳା ସୃ୍‌ଷ୍ଟି କରିବା ଆମର ଉଦ୍ଦେଶ୍ୟ ନାହିଁ । ଆମରି ଅଧିକାରକୁ କର୍ତ୍ତୃପକ୍ଷକ୍ଷୂର୍ଣ୍ଣ କରୁଛନ୍ତି । ପଞ୍ଚାୟତର କାର୍ଯ୍ୟକଳା ପରେ କୌଣସି ହସ୍ତକ୍ଷେପ କରୁନାହୁଁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମକୁ କହିଛନ୍ତି । ଆଜକୁ ଆନ୍ଦୋଳନ ଦେଢ ମାସ ବିତିଗଲାଣି । ଆଗକୁ ମଧ୍ୟ ଏହା ଜାରି ରହିବ। ହେଲେ ଆଗାମୀ ସୋମବାର ଜିଲାପାଳଙ୍କୁ ଭେଟି ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଏହାକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ପ୍ରଶାସନ କ’ଣ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଲାଲ ସିଂ ମାଝି, ରାଜୁ ସୋନି ପ୍ରମୁଖ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ...

ଭୟଙ୍କର ଆତଙ୍କ: ଗୁହାଳେ ପଶି ୧୫ ଛେଳିମେଣ୍ଢାଙ୍କୁ ମାରିଲା କଲରାପତରିଆ

ନୂଆପଡ଼ା/ବୋଡେନ,୩ା୧୨ (ମକାରୁ ବେମାଲ/ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତ କିରେଝୋଲା ଗାଁ ସର୍ଗିମୁଣ୍ଡାରେ ସୋମବାର ରାତିରେ ଏକ କଲରାପତରିଆ ବାଘ ଜଣେ...

ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି

ନୂଆପଡ଼ା,୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟାଠାରୁ ଦିଆମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ...

ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା,୩୦ା୧୧ (ମକାରୁ ବେମାଲ): ନୂଆପଡ଼ା ଥାନା ଅନ୍ତର୍ଗତ ସିରତୋଲ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ଅଟକାଇଛି। ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ...

କାର୍ଯ୍ୟାଳୟ ଭିତରେ ତମାଖୁ ସେବନ କଲେ ଜରିମାନା

ନୂଆପଡ଼ା,୨୯ା୧୧(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩ର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ...

ପରିତ୍ୟକ୍ତ ଅବସ୍ଥାରେ ୨ ପୋଖରୀ

ନୂଆପଡ଼ା,୨୯।୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଧରମପୁର ଗାଁରେ ଥିବା ଦୁଇଟି ପୋଖରୀ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଛି। ୧୪ ଏକର...

କଡ଼ାକଡ଼ି ହେବ ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ଯାଞ୍ଚ

୨୭ା୧୧ (ମକାରୁ ବେମାଲ):ନୂଆପଡ଼ା ମୁଖ୍ୟାଳୟ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri