Posted inଜାତୀୟ

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ ପରୀକ୍ଷା କରାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଦ୍ୱିତୀୟ ସୁଯୋଗ ମିଳିଲା। କିନ୍ତୁ ରବିବାର ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ସମୟରେ ୨ ମିନିଟ୍‌ ବିଳମ୍ବ କରିଥିବା କେତେଜଣ ପିଲାଙ୍କୁ ପରୀକ୍ଷା ହଲ୍‌ରେ ପ୍ରବେଶ ଅନୁମତି ମିଳିଲା ନାହିଁ। ଫଳରେ ଡାକ୍ତରୀ ଶିକ୍ଷା ଆଶାୟୀ ଅନେକ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ମୋଟରସାଇକେଲ ପଙ୍କଚର ହେବା କାରଣରୁ ଜଣେ ଛାତ୍ରୀ ବିଦିଶାସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ୨ ମିନିଟ୍‌ ବିଳମ୍ବ ହୋଇଥିଲା। ତାଙ୍କୁ ହଲ୍‌ରେ ପ୍ରବେଶ ଅନୁମତି ମିଳିଲା ନାହିଁ। ତାଙ୍କ ବାପା ପରୀକ୍ଷା କେନ୍ଦ୍ର ବାହାରେ କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆର ଭାଇରାଲ ହୋଇଛି। ପରେ ଛାତ୍ରୀ ଜଣଙ୍କୁ ଭିତରକୁ ଛଡ଼ାଯାଇଥିଲେ ମଧ୍ୟ ବାୟୋମେଟ୍ରିକ୍‌ ଯାଞ୍ଚ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇ ନ ପାରିବାରୁ ସେ ପରୀକ୍ଷା ଦେଇପାରିଲେ ନାହିଁ। ସେହି ବିଦିଶା ପରୀକ୍ଷା କେନ୍ଦ୍ରରେ ଅନ୍ୟ ୨ ଜଣ ପିଲା ମଧ୍ୟ ପରୀକ୍ଷା ଦେଇପାରି ନାହାନ୍ତି। ଜଣେ ପିଲା କିଛି ସମୟ ବିଳମ୍ବରେ ପହଞ୍ଚିବାବେଳେ ଅନ୍ୟ ଜଣକ ବାତିଲ ହୋଇଥିବା ଏନ୍‌ଇଇଟି ପରୀକ୍ଷାର ଆଡମିଟ୍‌ କାର୍ଡ ଆଣିଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳି ନ ଥିଲା।
ସେହିପରି ତେଲଙ୍ଗାନାର ଜଗିତିଆଲ ଜିଲାରେ ଜଣେ ଛାତ୍ରୀଙ୍କୁ ପରୀକ୍ଷା ହଲ୍‌ରେ ପ୍ରବେଶ ଅନୁମତି ମିଳି ନ ଥିଲା। ଛାତ୍ରୀଙ୍କ ମାଆ ସୁରକ୍ଷା କର୍ମୀଙ୍କ ପାଦତଳେ ପଡ଼ି ନେହୁରା ହେଉଥିବାର ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କୁ ପ୍ରଥମେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିଥିଲା। କିନ୍ତୁ ତାଙ୍କ ଆଡମିଟ୍‌ କାର୍ଡରେ ଅନ୍ୟ ପରୀକ୍ଷା କେନ୍ଦ୍ର ଥିବାରୁ ତାଙ୍କୁ ପୁଣିଥରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିବାକୁ କୁହାଗଲା। ସେ ଠିକ୍‌ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିବାରୁ ପ୍ରବେଶ ଅନୁମତି ମିଳିଲା ନାହିଁ ଓ ସେ ପରୀକ୍ଷାରୁ ବଞ୍ଚିତ ହେଲେ। ଭୋପାଳରେ ଜଣେ ଛାତ୍ର ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିଳମ୍ବରେ ପହଞ୍ଚିଲେ। ତାଙ୍କୁ ପରୀକ୍ଷା ହଲ୍‌କୁ ଛଡ଼ାଗଲା ନାହିଁ। ବେଙ୍ଗାଲୁରୁରେ ଅପରହ୍ନ ୧ଟା ୩୦ ପରେ ପହଞ୍ଚିବା ୩ ଜଣ ଛାତ୍ରୀ ସରକାରୀ ରାମନାରାୟଣ କଲେଜ ମୁଖ୍ୟ ଗଟ୍‌ରେ ଚଢ଼ିଥିବା ଦେଖାଯାଇଥିଲା। ଏକ ରାଜନୈତିକ ଦଳର ରାଲି ଯୋଗୁ ଟ୍ରାଫିକ୍‌ ଜାମ୍‌ରେ ସେମାନେ ଫସିଯାଇଥିଲେ। ସମସ୍ତ ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା ନାହିଁ। ଏହାକୁ ନେଇ ବେଙ୍ଗାଲୁରୁରେ ରାଜନୀତି ଜୋର୍‌ ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

ହର୍ମୁଜରେ ସ୍ଥାପନ ହେବ ହଟଲାଇନ; ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକାକୁ ଇରାନର ସ୍ପଷ୍ଟ ବାର୍ତ୍ତା

ତେହରାନ,୨୩।୬: ଯଦିଓ ଆମେରିକା ଏବଂ ଇରାନ ସ୍ବିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଅନେକ ପ୍ରସଙ୍ଗରେ ଏକ ସହମତିରେ ପହଞ୍ଚିଥିଲେ, ତଥାପି ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର…

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

ଶିକ୍ଷାବିତ୍‌ଙ୍କ ଅକାଳ ବିୟୋଗ: ଚକ୍ଷୁ ଦାନ କରି ସାଜିଲେ ଉଦାହରଣ

ନୂଆପଡ଼ା/ସିନାପାଲି,୨୩ା୬(ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଅଞ୍ଚଳର ଶିକ୍ଷାବିତ୍‌ ଜଗନ୍ନାଥ ନାୟକଙ୍କ ୫୨ ବର୍ଷ ବୟସରେ ରବିବାର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ…

ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପରମାଣୁ କାର୍ଯ୍ୟକ୍ରମକୁ ନେଇ ନେଲା ୟୁଟର୍ନ

ତେହରାନ,୨୩।୬: ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଛି, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁ-ଟର୍ନ ନେଇଛି। ଏହା ଚୁକ୍ତିନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri