Categories: ଫୁରସତ

ସାମାଜିକ ଦୂରତ୍ୱ ୧ ମିଟରରୁ କମ୍‌ ହେଲେ ବାଜିଉଠିବ ଆଲାର୍ମ !

ଆଲିଗଡ଼,୨୩।୫: କରୋନା ଭାଇରସ ସଂକ୍ରମଣରୁ ଦୂରେଇ ରହିବାକୁ ସାମଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେବି ଅନେକ ଲୋକ ଏହି ନିୟମର ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଛରାର ଜଣେ ବିଟେକ୍‌ ଛାତ୍ର ଏବେ ଏକ ଆଲର୍ମ ତିଆରି କରିଛନ୍ତି। ଯଦି କୌଣସି ବ୍ୟକ୍ତି ପରସ୍ପରଠାରୁ ୧ ମିଟର ଦୂରତା ନ ରଖନ୍ତି ତେବେ ଏହି ଆଲର୍ମ ବାଜିଉଠିବ। ଯେପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ ଏକ ମିଟର ଦୂରତା ନ ରହିଛି ସେପର୍ଯ୍ୟନ୍ତ ଏହା ବାଜିବ ବୋଲି କୁହାଯାଉଛି। ଶ୍ରେୟ ଅଗ୍ରଓ୍ବାଲ ନାମକ ଜଣେ ଛାତ୍ର ଏବେ ବିଟେକ୍‌ର ପ୍ରଥମ ବର୍ଷରେ ପାଠ ପଢୁଥିବା ବେଳେ ସେ ଏହି ଆଲର୍ମ ତିଆରି କରିଛନ୍ତି। ଇଣ୍ଡଷ୍ଟ୍ରିଜ ସେଣ୍ଟରର ଡେପୁଟି କମିଶନରଙ୍କୁ ଏହି ଆଲର୍ମ ପସନ୍ଦ ଆସିଥିବା ବେଳେ ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଟେକ୍ନିକାଲ ମଞ୍ଜୁରୀ ପାଇଁ ପଠାଇବେ ବୋଲି କୁହାଯାଉଛି। ତେବେ ଏହି ଆଲର୍ମକୁ ବେକରେ ଆଇକାର୍ଡ ଭଳି ପକାଇ ହେବ ବୋଲି ଶ୍ରେୟ କହିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ‘ମୋ ସରକାରଙ୍କ କୋଭିଡ-୧୯ ସମାଧାନ ଚ୍ୟାଲେଞ୍ଜ’ର ଅନ୍‌ଲାଇନ ପରୀକ୍ଷାରେ ଭାଗ ନେଇ ଶ୍ରେୟ କୃତକାର୍ଯ୍ୟ ହେବା ପରେ ଏହି ଆଲର୍ମ କବଚକୁ ଉପସ୍ଥାପନ କରିଥିଲେ ଯାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

Share