ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଭିଡ଼

ବରଗଡ଼ ଅଫିସ,୧୫ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସରକାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ମାତ୍ର ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ସେଥିପ୍ରତି ସଚେତନ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପୋଲିସ, ପ୍ରଶାସନ ମଧ୍ୟ ଅସହାୟ ହୋଇ ପଡୁଥିବା ପରିଲକ୍ଷିତ ହେଉଛି। ସହର ମଧ୍ୟରେ ଭିଡ଼ କମାଇବା ପାଇଁ ବିଭିନ୍ନ ଛକ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ମାତ୍ର ବଜାର ବ୍ୟାଙ୍କଗୁଡିକରେ ଅସମ୍ଭାଳ ଭିଡ଼ ହେଉଥିବା ସତ୍ତ୍ବେ ପୋଲିସ, ପ୍ରଶାସନ ତାକୁ ନିୟନ୍ତ୍ରଣ କରି ନ ପାରିବା ଘଟଣାରୁ ଲକ୍‌ଡାଉନ୍‌ ତଥା ସାମାଜିକ ଦୂରତ୍ୱ କଟକଣା ଉପରେ ପୋଲିସ, ପ୍ରଶାସନର ଦକ୍ଷତା ଏବଂ ଆନ୍ତରିକତା ପଦାରେ ପଡ଼ିଛି। ବୁଧବାର ଜିଲା ହେଡ୍‌କ୍ବାର୍ଟର ବରଗଡ଼ ସହର ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଥିବା ମହିଳାଙ୍କ ଆକାଉଣ୍ଟରେ କରୋନା ବିପର୍ଯ୍ୟୟ ପାଇଁ ୫୦୦ ଟଙ୍କା ଲେଖାଏ ସହାୟତା ରାଶି ଜମା ହୋଇଛି। ତାହା ଉଠାଇବା ପାଇଁ ବରଗଡ଼ ତଥା ଆଖପାଖ ଅଞ୍ଚଳର ମହିଳାମାନେ ସ୍ଥାନୀୟ ଆନ୍ଧ୍ରବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଆଗରେ ଧାଡ଼ି ବାନ୍ଧି ରହିଛନ୍ତି। ସେଠାରେ ଛାଇ ବ୍ୟବସ୍ଥା ହୋଇ ନ ଥିବାବେଳେ ମହିଳାମାନେ ପାଖାପାଖି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେବେ କେବଳ ଏହି ବ୍ୟାଙ୍କ ନୁହେଁ, ଜିଲାର ଅଧିକାଂଶ ବ୍ୟାଙ୍କ, ପରିବା ବଜାରରେ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ କରାଯାଉଛି। ଏଥିରୁ ଜିଲାରେ ଲକ୍‌ଡାଉନ୍‌