ସାମାଜିକ ଦୂରତ୍ୱ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଅସମ୍ଭବ ଭିଡ଼

ବୁଗୁଡ଼ା,୧୬ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ମାନୁନାହାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସ୍ଥାନୀୟ ପୋଲିସ ଏବଂ ଏନ୍‌ ଏସି ପ୍ରଶାସନକୁ ଦାୟିତ୍ୱ ଦିଆଯାଉଛି। ଗଞ୍ଜାମ ଜିଲା ବୁଗୁଡ଼ା ସହରସ୍ଥ ଇଣ୍ଡିଆନ ବ୍ୟାଙ୍କ ନିକଟରେ ଗୁରୁବାର ଶତାଧିକ ଲୋକ ସାମାଜିକ ଦୂରତ୍ୱ ନ ମାନି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଂପୃକ୍ତ ବ୍ୟାଙ୍କ ପରିଚାଳକ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଲୋକେ ମାନି ନ ଥିଲେ।