ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବରଗଡ଼ ଜିଲାପାଳ

ବରଗଡ଼ ଅଫିସ୍‌,୮।୪: କରୋନା(କୋଭିଡ୍‌-୧୯) ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଅତ୍ୟାବଶୀୟ ସାମଗ୍ରୀ ଔଷଧ, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଦୋକାନ ଆଦି ଖୋଲା ରହୁଛି। ମାତ୍ର ଅଧିକାଂଶ ସ୍ଥାନରେ ଦୋକନଗୁଡିକରେ ଗହଳି ପରିଲଖିତ ହେଉଛି। ତେବେ ଯେଉଁ ଦୋକାନରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ ନାହିଁ ଉକ୍ତ ଦୋକାନକୁ ସିଲ୍‌ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସେହିପରି ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ମଧ୍ୟ ସ୍ଥାନୀୟ ବଣିକ, କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନ ପ୍ରତିନିଧିଙ୍କୁ ଡାକି ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସାମାଜିକ ଦୂରତ୍ୱ ଅବଳମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ବେଖାତିର କଲେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ସାହୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।