ସାମାଜିକ ଦୂରତା ରକ୍ଷାକରି ପାଳିତ ହେଲା ହନୁମାନ ଜୟନ୍ତୀ, ଓଡ଼ିଆ ନୂଆବର୍ଷ

ପାଟଣା,୧୩।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଛକସ୍ଥିତ ହନୁମାନ ମନ୍ଦିରରେ ସୋମବାର ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ସକାଶେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ସଂକ୍ରମଣ ସକାଶେ ଲକ୍‌ଡାଉନ ଜାରି ରହିଥିବାରୁ ସାମାଜିକ ଦୂରତା ରକ୍ଷାକରି କେବଳ ଦେବ ନୀତି ସମ୍ପନ୍ନ ହୋଇଛି। ପୁରୋହିତ ଭାବେ ଅଲେଖ ଚନ୍ଦ୍ର ତ୍ରିପାଠୀ, ଜିତେନ୍ଦ୍ର କୁମାର ମିଶ୍ର, ବୀରମୋହନ ଦ୍ବିବେଦୀ ଓ କର୍ତ୍ତା ଭାବେ ଅଜୟ କୁମାର ପରିଡା ଦେନୀତି ସମ୍ପନ୍ନ କରିଥିଲେ। ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାମୁହିକ ପଣା ଓ ପ୍ରସାଦ ବଣ୍ଟନକୁ ବାତିଲ କରାଯାଇଥିଲା। ଲକ୍‌ଡାଉନ କଟକଣା ସକାଶେ ପଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ପାଳନ ସମ୍ପୂର୍ଣ୍ଣ ନିରାଡାମ୍ବର ଓ ଫିକା ରହିଥିଲା।