ସାମାଜିକ ଦୂରତା ନିୟମ ମାନୁନାହାନ୍ତି ଲୋକେ: ମାଛ ମାର୍କେଟରେ ଅସମ୍ଭବ ଭିଡ଼

ବନ୍ତ,୧୯ା୪(ଡି.ଏନ୍‌.ଏ.): କରୋନା ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାଶ୍ୟକୀୟ ସାମଗ୍ରୀ କିଣିବା ସମୟରେ ପ୍ରବଳ ଗହଳି ଲାଗି ରହୁଥିବା ଦେଖିବାକୁ ମିଳୁଛି। ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟର ମାଛ ମାର୍କେଟରେ ଲୋକମାନେ ଯଥା ପୂର୍ବଂ ତଥା ପର ଭଳି ଚିରାଚରିତ ଢଙ୍ଗରେ ମାଛ କିଣୁଥିବା ଦେଖାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯିବା ସହ ଲୋକମାନଙ୍କୁ ବାରମ୍ବାର ତାଗିଦ୍‌ କରାଯାଉଛି। ତଥାପି ଲୋକେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି। ଫଳରେ ସରକାରଙ୍କର ସବୁ କଟକଣା ସତେ ଯେପରି ବେକାର ମନେ ହେଉଛି।