ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ

ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା ଦେଖାଯାଉଛି। ଚାଷୀମାନେ ଆଣୁଥିବା ପନିପରିବା ପହଞ୍ଚତ୍ବା ମାତ୍ରେ ତାଙ୍କ ଚାରିପାଖେ ଖୁଚୁରା ବ୍ୟବସାୟୀମାନେ ଘେରି ଯାଉଛନ୍ତି । ଜିନିଷ ଶେଷ ହୋଇଯିବା ଭୟରେ ସେନେ ସାମାଜିକ ଦୂରତା ନିୟମକୁ ଅମାନ୍ୟ କରି ନିଜେ ମଧ୍ୟ ଚାଷୀଙ୍କ ପସରାରୁ ଜିନିଷ ନେବା ଆଣିବା କରୁଥିବା ଦେଖିବାକୁ ମିଳୁଛି। ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଗାଁ ମଝିରେ ବସୁଥିବା ଦୈନିକ ବଜାରକୁ ହାଟପଦାକୁ ସ୍ଥାନାନ୍ତର କରାଯାଇଛି । ଏପରିକି ସାମାଜିକ ଦୂରତା ରକ୍ଷା ପାଇଁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବା ସହିତ ହାଟପଦାରେ ବସୁଥିବା ଦୈନିକ ବଜାରର ଦୋକାନୀଙ୍କ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରି ବସିବାକୁ ବୃତ୍ତ ଚିହ୍ନ ଦିଆଯାଇଛି। କିନ୍ତୁ କେତେକ ଦୋକାନୀ ଏହାକୁ ମାନୁନାହାନ୍ତି । ପୁନଶ୍ଚ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜଳଖିଆ ଦୋକାନ ନ ଖୋଲିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ନାରାୟଣନଗରରେ ସମସ୍ତ ଜଳଖିଆ ଦୋକାନ ଖୋଲା ରହୁଛି। ଜହ୍ନାପଙ୍କରେ ସମସ୍ତ ଦୋକାନ ଓ ଜଳଖିଆ ଦୋକାନ ବନ୍ଦ ଥିବା ସୁଯୋଗ ନେଇ କିଛି ଅସାଧୁ ହୋଟେଲ ମାଲିକ ତାଙ୍କ ବ୍ୟବସାୟ ନିର୍ବିଘ୍ନରେ ଚଳାଇ ମୁନାଫା ନେଉଛନ୍ତି । ଏଣୁ ପ୍ରଶାସନ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଳରେ ଦାବି ହେଉଛି ।
–ନାରାୟଣନଗର ଦୈନିକ ବଜାରରେ ଭିଡ ।