ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ଏବର୍ଷ ସାବିତ୍ରୀ ପୂଜା ବାଜାରରେ ବିଭିନ୍ନ ଫଳର ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ ନ କରି ନୀରବଦ୍ରଷ୍ଟା ହୋଇ ବସିଛି। ବେପାରୀମାନେ ମନଇଚ୍ଛା ଦରରେ ଫଳ ସାମଗ୍ରୀ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି। କେବଳ ଫଳ ନୁହେଁ, ଶାଢି ଓ କସ୍‌ମେଟିକ୍‌ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି। ସ୍ଥାନୀୟ କଚେରି ବଜାର ଫଳ ମାର୍କେଟରେ ବୁଧବାରଠାରୁ ଗ୍ରାହକଙ୍କ ଗହଳି ଲାଗିରହିଛି। ବେପାରୀମାନେ ପଚାସଢା ଜିନିଷଠାରୁ ଆରମ୍ଭ କରି ବିଭିନ୍ନ କିସମର ଫଳକୁ ଚଢ଼ାଦରରେ ବିକ୍ରି କରୁଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କିନ୍ତୁ ପରମ୍ପରା ପାଳନ ଲାଗି ସେମାନେ ଏସବୁ ଫଳ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି।

ପୂଜା ବଜାରରେ ଆମ୍ବ କିଲୋ ୭୦ରୁ ୮୦ ଟଙ୍କା, କଦଳୀ ଡଜନ ୯୦, ସପୁରି ଗୋଟାକୁ ୪୦, ନଡ଼ିଆ ଗୋଟାକୁ ୩୦, ଲିଚୁ ୧୮୦, ପଣସ ଗୋଟାକୁ ୧୫୦ରୁ ୨୦୦, ସେଓ କିଲୋ ୧୨୦ ଓ ଅଙ୍ଗୁରୁ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ପାଚିଲା ଖଜୁରୀ କୋଳି ପରିବର୍ତ୍ତେ ଶୁଖିଲା କଞ୍ଚା କୋଳି ଚଢାଦରରେ ବିକ୍ରି ହେଉଥିବା ବେଳେ ତାଳସଜ ଗୋଟା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ଲୋକେ ଏସବୁ ସାମଗ୍ରୀ କିଣି ଠକାମିର ଶିକାର ହେଉଥିବା ବେଳେ ଦରଦାମ୍‌ ନିୟନ୍ତ୍ରଣ ସକାଶେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଢା ଯାଉଥିଲେ ବି ଏହା କେବଳ କାଗଜକଲମରେ ସୀମିତ ରହିଛି। ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଦୋକାନୀ ୪୦ରୁ ୫୦ ପ୍ରତିଶତ ରିହାତି ଘୋଷଣା କରି ପୂର୍ବରୁ ଗଚ୍ଛିତ ରଖିଥିବା ଶାଢି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ରବିବାର ଫଳ ସାମଗ୍ରୀ କିଣୁଥିବା ଗ୍ରାହକ ଗଣେଶ ପ୍ରସାଦ ବାରିକଙ୍କୁ ପଚାରିବାରୁ କହିଥିଲେ, ପ୍ରଶାସନ ସ୍ତରରେ କୌଣସି ଧରପଗଡ଼ ହେଉ ନ ଥିବାରୁ ଦୋକାନୀମାନେ ଲୋକଙ୍କ ଚାହିଦାକୁ ଦେଖି ମୁନାଫା ଉଠାଉଛନ୍ତି। ଗ୍ରାହକ ବିଜୟ କୁମାର ପାଣି କହିଥିଲେ, ପରମ୍ପରା ପାଳନ ପାଇଁ ଲୋକେ ବଜାରକୁ ଆସି ଠକେଇ ଓ ଶୋଷଣର ଶିକାର ହେଉଛନ୍ତି। ଏଠି ସରକାର ଓ ପ୍ରଶାସନ ଥିବା ମନେ ହେଉନାହିଁ। ଏ ସମ୍ପର୍କରେ ସଦର ଯୋଗାଣ ନିରୀକ୍ଷକ ବାବୁଲାଲ ବାରିକଙ୍କୁ ପଚାରିବାରୁ କହିଛନ୍ତି, ପୂଜା ପାର୍ବଣ ସମୟରେ ବ୍ୟବସାୟୀ ସଂଘ ସହିତ ଆଲୋଚନା କରାଯାଇ ନିର୍ଦ୍ଧାରିତ ଦରରେ ବିକିବାକୁ ତାଗିଦ୍‌ କରାଯାଇଥାଏ। ସାବିତ୍ରୀ ବଜାରରେ ଦରବୃଦ୍ଧି ଘଟଣା ନେଇ ନିର୍ଦ୍ଦିଷ୍ଟ ଭାବେ କେହି କିଛି ଅଭିଯୋଗ କରିନାହାନ୍ତି। ଏଭଳି ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri