Categories: ଜାତୀୟ

ସାବରିମାଲା ମନ୍ଦିରରେ ଗଛ ପଡ଼ି ୧୧ ଶ୍ରଦ୍ଧାଳୁ ଆହତ

କୋଚି,୨୬।୧୧: ସାବରିମାଲା ମନ୍ଦିରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାରାକୋଟାମ୍‌-ଚନ୍ଦ୍ରନନ୍ଦନା ମାର୍ଗରେ ଏକ ଗଛ ପଡ଼ିବାରୁ ୧୧ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଯୁଦ୍ଧକାଳିନ ଭିତ୍ତିରେ ରାସ୍ତାରୁ ଗଛ ଉଠଇବା ସହ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତ ଆହତଙ୍କୁ ନିକଟସ୍ଥ ପମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କୋଟ୍ଟୟାମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଦୁର୍ଘଟଣା ଯୋଗୁ ବିଦ୍ୟୁତ ଓ ଟେଲିଫୋନ କେବୁଲ ଭାଙ୍ଗିଯାଇଥିବାରୁ ସମସ୍ତ ସେବା ବନ୍ଦ ରହିଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଅନ୍ୟପଟେ ସାବରିମାଲା ମନ୍ଦିର ଦର୍ଶନ ପାଇଁ ସାମାଜିକ କାର୍ଯ୍ୟକର୍ତ୍ତା ତୃପ୍ତି ଦେଶାଇ କୋଚ୍ଚିରେ ପହଞ୍ଚିଛନ୍ତି। ସମ୍ବିଧାନ ଦିବସରେ ସେ ଅୟପ୍ପାଙ୍କ ଦର୍ଶନ କରିବେ ବୋଲି କହିଛନ୍ତି।

Share