Categories: ଜାତୀୟ

ସାବଧାନ,ନଜର ରଖୁଛି ସିସିଟିଭି: ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ବଡ଼ଦୋରା,୧୫।୬: ଗୁଜରାଟର ଅହମ୍ମଦାବାଦ୍‌ ଓ ରାଜକୋଟ ପରେ ଏବେ ବଡ଼ଦୋରାରେ ରାସ୍ତାରେ ଛେପ ପକାଉଥିବା ଏବଂ ପରିସ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଲାଗୁ ହୋଇଛି। ଏଭଳି କରୁଥିବା ଲୋକଙ୍କ ଫଟୋ ସିିସିଟିଭିରୁ ସଂଗ୍ରହ କରାଯାଇ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ। ଏଥିପାଇଁ ୫୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହେବ ବୋଲି ପୌରପାଳିକା ପକ୍ଷରୁ ଆଇନ ପ୍ରଣୟନ କରାଯାଇଛି। ସହରକୁ ସ୍ବଚ୍ଛ ରଖାଯିବା ଉଦ୍ଦେଶ୍ୟରେ ଏଭଳି କରାଯାଉଥିବା କୁହାଯାଉଛି।

Share