ସାପକାମୁଡ଼ା ଜାଣିବା ପାଇଁ ନୂଆ ବ୍ୟବସ୍ଥା

କଟକ ଅଫିସ,୯ା୧୨: ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଏହାର ଫାଇଦା କିଛି ଲୋକ ନେଉଛନ୍ତି। ହୃଦ୍‌ଘାତ କିମ୍ବା ବ୍ରେନ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରୁଥିବା ରୋଗୀ ସାପ କାମୁଡ଼ାଜନିତ ଦର୍ଶାଇ ସରକାରୀ ସହାୟତା ହାତଉଛନ୍ତି। ଏହାକୁ ରୋକିବା ପାଇଁ ଏସ୍‌ସିବି ମେଡିକାଲରେ ଆରମ୍ଭ ହେବ ଏନ୍‌ଜାଇମ ଇମ୍ୟୁନୋ ଆସେ ନାମକ ଏକ ପରୀକ୍ଷା। ରୋଗୀଙ୍କଠାରୁ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଉକ୍ତ ପରୀକ୍ଷା ରିପୋର୍ଟରୁ ରୋଗୀଙ୍କୁ ସାପ କାମୁଡ଼ିଛି କି ନାହିଁ ତାହା ଧରାପଡ଼ିଯିବ। ରବିବାର ଏସ୍‌ସିବି ମେଡିକାଲ ଅଡିଟୋରିୟମ ହଲ୍‌ରେ ଏଫ୍‌ଏମ୍‌ଟି (ଫୋରେନ୍‌ସିକ ମେଡିସିନ ଆଣ୍ଡ ଟକ୍‌ସିକୋଲୋଜି) ବିଭାଗ ପକ୍ଷରୁ ସାପକାମୁଡ଼ା ରୋଗୀଙ୍କୁ ପରିଚାଳନା ଉପରେ ଏକ ତାତ୍ତ୍ବିକ (ଏକାଡେମିକ) କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ମେଡିସିନ, କମ୍ୟୁନିଟି ମେଡିସିନ, ଫାର୍ମାକୋଲୋଜି, ପାଥୋଲୋଜି ବିଭାଗର ଡାକ୍ତର ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏଥିସହ ପଣ୍ଡିଚେରୀର ଜେଆଇପିଏମ୍‌ଇଆର୍‌ ମେଡିକାଲ କଲେଜ, ଭେଲୋରର ସିଏମ୍‌ସି ମେଡିକାଲ କଲେଜ, ଭୁବନେଶ୍ୱରର ଏମ୍‌ସ, ବ୍ରହ୍ମପୁର, ବାଲେଶ୍ୱର, ବଲାଙ୍ଗୀର ଆଦି ମେଡିକାଲ କଲେଜର ଡାକ୍ତର ଓ ପିଜି ଛାତ୍ରୀଛାତ୍ର ଯୋଗଦେଇଥିଲେ। ସାପକାମୁଡ଼ା ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଲୋକର ଯେଉଁ ସ୍ଥାନକୁ ସାପ କାମୁଡିଥାଏ, ସେହି ସ୍ଥାନର ଉପରକୁ ଭିଡି ବାନ୍ଧି ଦିଆଯାଇଥାଏ। ଏହା କରିବା ନିତାନ୍ତ ଭୁଲ ବୋଲି କର୍ମଶାଳାରେ ମତପ୍ରକାଶ ପାଇଥିଲା। ସାପ କାମୁଡ଼ିବା ପରେ ରୋଗୀଙ୍କୁ ଗୁଣିଆ ପାଖକୁ ନ ନେଇ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟରେ ଥିବା ମେଡିକାଲକୁ ନିଆଯିବା ଦରକାର। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ତୁରନ୍ତ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବା ଉଚିତ ବୋଲି ଡାକ୍ତରମାନେ କହିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀଙ୍କୁ କେଉଁ ସାପ କାମୁଡ଼ିଛି ତାହା ଚିହ୍ନଟ କରିବା ଆବଶ୍ୟକ। ମୁଖ୍ୟତଃ ସାପ କାମୁଡ଼ିଛି କି ନାହିଁ ତାହା ଜାଣିବା ନିତାନ୍ତ ଅପରିହାର୍ଯ୍ୟ। ଦେଖାଯାଉଛି ଯେ, ସାପ କାମୁଡ଼ିଥିବା ରୋଗୀ ଅନେକ ସମୟରେ ଜାଣି ନ ପାରି ମୃତ୍ୟୁମୁଖରେ ପଡୁଥିବାବେଳେ ସାପ କାମୁଡ଼ି ନ ଥିବା ରୋଗୀ ଚିକିତ୍ସିତ ହୋଇ ଅଡୁଆରେ ପଡୁଛନ୍ତି। ତେଣୁ ଏହାକୁ ଚିହ୍ନଟ କରିବା ପାଇଁ ମଧ୍ୟ ଏନ୍‌ଜାଇମ ଇମ୍ୟୁନୋ ଆସେ ପରୀକ୍ଷା ମଧ୍ୟ କାମ ଦେବ। ଏହି କର୍ମଶାଳାରେ ସ୍ନେକ୍‌ ହେଲ୍‌ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଯୋଗଦେଇ ସାପ କାମୁଡ଼ିଥିବା ରୋଗୀଙ୍କୁ କିଭଳି ପ୍ରାଥମିକ ଅବସ୍ଥାରେ ଯତ୍ନ ନିଆଯିବା କଥା ସେ ସମ୍ପର୍କରେ କହିଥିଲେ। କାମୁଡ଼ିଥିବା ସାପକୁ ଚିହ୍ନିବା ଏବଂ ଉକ୍ତ ସାପ କେତେ ବିଷଧର ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମଲ୍ଲିକ କହିଥିଲେ। ସୂଚନାଥାଉ କି, ୨୦୧୮ରେ ଏସ୍‌ସିବି ମେଡିକାଲରେ ୧୩୦ ଜଣ ରୋଗୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri