ସାପକାମୁଡ଼ା ଜାଣିବା ପାଇଁ ନୂଆ ବ୍ୟବସ୍ଥା

କଟକ ଅଫିସ,୯ା୧୨: ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଏହାର ଫାଇଦା କିଛି ଲୋକ ନେଉଛନ୍ତି। ହୃଦ୍‌ଘାତ କିମ୍ବା ବ୍ରେନ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରୁଥିବା ରୋଗୀ ସାପ କାମୁଡ଼ାଜନିତ ଦର୍ଶାଇ ସରକାରୀ ସହାୟତା ହାତଉଛନ୍ତି। ଏହାକୁ ରୋକିବା ପାଇଁ ଏସ୍‌ସିବି ମେଡିକାଲରେ ଆରମ୍ଭ ହେବ ଏନ୍‌ଜାଇମ ଇମ୍ୟୁନୋ ଆସେ ନାମକ ଏକ ପରୀକ୍ଷା। ରୋଗୀଙ୍କଠାରୁ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଉକ୍ତ ପରୀକ୍ଷା ରିପୋର୍ଟରୁ ରୋଗୀଙ୍କୁ ସାପ କାମୁଡ଼ିଛି କି ନାହିଁ ତାହା ଧରାପଡ଼ିଯିବ। ରବିବାର ଏସ୍‌ସିବି ମେଡିକାଲ ଅଡିଟୋରିୟମ ହଲ୍‌ରେ ଏଫ୍‌ଏମ୍‌ଟି (ଫୋରେନ୍‌ସିକ ମେଡିସିନ ଆଣ୍ଡ ଟକ୍‌ସିକୋଲୋଜି) ବିଭାଗ ପକ୍ଷରୁ ସାପକାମୁଡ଼ା ରୋଗୀଙ୍କୁ ପରିଚାଳନା ଉପରେ ଏକ ତାତ୍ତ୍ବିକ (ଏକାଡେମିକ) କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ମେଡିସିନ, କମ୍ୟୁନିଟି ମେଡିସିନ, ଫାର୍ମାକୋଲୋଜି, ପାଥୋଲୋଜି ବିଭାଗର ଡାକ୍ତର ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏଥିସହ ପଣ୍ଡିଚେରୀର ଜେଆଇପିଏମ୍‌ଇଆର୍‌ ମେଡିକାଲ କଲେଜ, ଭେଲୋରର ସିଏମ୍‌ସି ମେଡିକାଲ କଲେଜ, ଭୁବନେଶ୍ୱରର ଏମ୍‌ସ, ବ୍ରହ୍ମପୁର, ବାଲେଶ୍ୱର, ବଲାଙ୍ଗୀର ଆଦି ମେଡିକାଲ କଲେଜର ଡାକ୍ତର ଓ ପିଜି ଛାତ୍ରୀଛାତ୍ର ଯୋଗଦେଇଥିଲେ। ସାପକାମୁଡ଼ା ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଲୋକର ଯେଉଁ ସ୍ଥାନକୁ ସାପ କାମୁଡିଥାଏ, ସେହି ସ୍ଥାନର ଉପରକୁ ଭିଡି ବାନ୍ଧି ଦିଆଯାଇଥାଏ। ଏହା କରିବା ନିତାନ୍ତ ଭୁଲ ବୋଲି କର୍ମଶାଳାରେ ମତପ୍ରକାଶ ପାଇଥିଲା। ସାପ କାମୁଡ଼ିବା ପରେ ରୋଗୀଙ୍କୁ ଗୁଣିଆ ପାଖକୁ ନ ନେଇ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟରେ ଥିବା ମେଡିକାଲକୁ ନିଆଯିବା ଦରକାର। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ତୁରନ୍ତ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବା ଉଚିତ ବୋଲି ଡାକ୍ତରମାନେ କହିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀଙ୍କୁ କେଉଁ ସାପ କାମୁଡ଼ିଛି ତାହା ଚିହ୍ନଟ କରିବା ଆବଶ୍ୟକ। ମୁଖ୍ୟତଃ ସାପ କାମୁଡ଼ିଛି କି ନାହିଁ ତାହା ଜାଣିବା ନିତାନ୍ତ ଅପରିହାର୍ଯ୍ୟ। ଦେଖାଯାଉଛି ଯେ, ସାପ କାମୁଡ଼ିଥିବା ରୋଗୀ ଅନେକ ସମୟରେ ଜାଣି ନ ପାରି ମୃତ୍ୟୁମୁଖରେ ପଡୁଥିବାବେଳେ ସାପ କାମୁଡ଼ି ନ ଥିବା ରୋଗୀ ଚିକିତ୍ସିତ ହୋଇ ଅଡୁଆରେ ପଡୁଛନ୍ତି। ତେଣୁ ଏହାକୁ ଚିହ୍ନଟ କରିବା ପାଇଁ ମଧ୍ୟ ଏନ୍‌ଜାଇମ ଇମ୍ୟୁନୋ ଆସେ ପରୀକ୍ଷା ମଧ୍ୟ କାମ ଦେବ। ଏହି କର୍ମଶାଳାରେ ସ୍ନେକ୍‌ ହେଲ୍‌ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଯୋଗଦେଇ ସାପ କାମୁଡ଼ିଥିବା ରୋଗୀଙ୍କୁ କିଭଳି ପ୍ରାଥମିକ ଅବସ୍ଥାରେ ଯତ୍ନ ନିଆଯିବା କଥା ସେ ସମ୍ପର୍କରେ କହିଥିଲେ। କାମୁଡ଼ିଥିବା ସାପକୁ ଚିହ୍ନିବା ଏବଂ ଉକ୍ତ ସାପ କେତେ ବିଷଧର ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମଲ୍ଲିକ କହିଥିଲେ। ସୂଚନାଥାଉ କି, ୨୦୧୮ରେ ଏସ୍‌ସିବି ମେଡିକାଲରେ ୧୩୦ ଜଣ ରୋଗୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri