ସାପକାମୁଡ଼ାରେ ନାବାଳକଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୫ (ସ୍ବ.ପ୍ର.)-ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଞ୍ଜିପାଣି ଥାନା କୁଅଁର ଗ୍ରାମର ମହାଜନ ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର (୮)। ବୁଧବାର ଘରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାରଲୋକେ ଗୁରୁତର ଜିତେନ୍ଦ୍ରଙ୍କୁ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତିକରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କାଞ୍ଜିପାଣି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।