ସାପକାମୁଡ଼ାରେ ଚାଷୀଙ୍କ ଜୀବନ ଗଲା

ରାଜନଗର,୫।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଭାଗଚାଷୀ ବୈଲୋଚନ ରାଉତ(୪୮)ଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ବିଲରେ କାମ କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।