ସାନ ୨ ଭାଇଙ୍କୁ ଆକ୍ରମଣ ମାମଲା: ବଡ଼ ଭାଇ ଗଲେ ଜେଲ

ଦିଗପହଣ୍ଡି,୭ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମରେ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ୨ ଭାଇଙ୍କୁ ଗତ ରବିବାର ସକାଳେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲା ନଂ.୨୫୫/୧୯ରେ ଅନୁଯାୟୀ ଅଭିଯୁକ୍ତ ବଡ଼ ଭାଇ ଏମ୍‌.ଟୁକୁନା ରେଡ୍ଡୀଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଟୁକୁନାଙ୍କୁ ଦିଗପହଣ୍ଡି ସବ୍‌ ଜେଲକୁ ପଠାଇ ଦିଆଯାଇଛି। ତଦନ୍ତକାରୀ ପୋଲିସ ଅଧିକାରୀ ମାଧବ ଚନ୍ଦ୍ର ଟାକରୀଙ୍କ ସୂଚନାନୁସାରେ, ରାଜେନ୍ଦ୍ର ତାଙ୍କ ଗାଡ଼ି ସଜାଡୁଥିବା ବେଳେ ବଡ ଭାଇ ଓ ତାଙ୍କ ଶ୍ୱଶୁର, ଶଳା ମିଶି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସାନ ଭାଇ ଓ ମା’ ଛଡ଼ାଇବାକୁ ଆସିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁତର ରାଜେନ୍ଦ୍ର ଚିକିତ୍ସା ହୋଇ ଫେରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।