ସାନିଟାଇଜ ହେଲା ଲୋଇସିଂହା ବସ୍ତି

ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ କରାଯାଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପ୍ରତଞକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ ଉପସ୍ଥିତିରେ ସ୍ଥାନୀୟଅଗ୍ନିଶମ କର୍ମଚାରୀ ସାନିଟାଇଜ ପାଇଁ ନିୟୋଜିତ ହୋଇଥିଲା। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ବ୍ଲକ ପରିସର, ପୁଟାପାଲି, ବ୍ଲକ ଛକ, ବସ୍‌ଷ୍ଟାଣ୍ଡ ଦେଇ ଲୋଇସିଂହା ବସ୍ତି ସାନିଟାଇଜ କରିଥିଲେ।