Posted inଫୁରସତ

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌ରେ ବି ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ତେଣିକି ସେ ପୁରୁଷ ହୁଅନ୍ତୁ କି ମହିଳା। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ପୋଷାକ ବିଷୟରେ ଉଲ୍ଲେଖ କରାଗଲା, ଯେଉଁଥିରେ ଦେଶୀ ଲୁକ୍‌ର ଝଲକ ସହ ଷ୍ଟାଇଲିଶ୍‌ ବି ଲାଗିବେ..

ଧଳା ରଙ୍ଗର ପୋଷାକକୁ ଦିଅନ୍ତୁ ଟ୍ରାଇ କଲର୍‌ ଲୁକ୍‌: ଯଦି ଆପଣ ଏହି ବିଶେଷ ଦିବସ ଅବସରରେ ଧଳା ରଙ୍ଗର ସାଲଓ୍ବାର ପିନ୍ଧିବାକୁ ଇଚ୍ଛା ରଖିଥାନ୍ତି, ତା’ହେଲେ ତା’ସହିତ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇପାରିବେ। ଏହା ତ୍ରିରଙ୍ଗାର ଅନୁଭୂତି ଦେବା ସହ ଭିଡ଼ ଭିତରେ ବି ଆପଣଙ୍କୁ ଭିନ୍ନ ଲୁକ୍‌ ଦେଇ ପାରିବ।

ଶାଢିରେ କେମିତି ଲାଗିବେ ଖାସ୍‌: ଯଦି ଆପଣଙ୍କର ଶାଢି ପିନ୍ଧିବା ପସନ୍ଦ, ତା’ହେଲେ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ଚାହିଁଲେ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌ ମ୍ୟାଚିଂ କରି ପିନ୍ଧିପାରିବେ। ନଚେତ୍‌ ଆପଣଙ୍କ ପାଖରେ ନିଅନ୍‌ ଟ୍ରେଣ୍ଡର ବି ତ ଅପ୍ସନ ରହିଛି। ଅର୍ଥାତ୍‌ ନିଅନ୍‌ ଗ୍ରୀନ୍‌ କିମ୍ବା ଅରେଞ୍ଜ କଲର୍‌ର ଶାଢିକୁ ପିନ୍ଧି ଏହି ଦିନରେ ଆପଣ ନିଜକୁ ଦେଶଭକ୍ତିର ରଙ୍ଗରେ ରଙ୍ଗେଇ ପାରିବେ।

ଜ୍ୟାକେଟ୍‌ରେ ବି ଦେଶଭକ୍ତିର ଝଲକ: ଏହି ବିଶେଷ ଅବସରରେ ଆପଣ ସାଲଓ୍ବାର ପିନ୍ଧନ୍ତୁ କି ଶାଢି ଅବା କୌଣସି ଟ୍ରାଡିଶନାଲ୍‌ ଆଉଟ୍‌ଫିଟ୍‌, ତା’ ସହିତ ମ୍ୟାଚିଂ କରି ପ୍ରିଣ୍ଟେଡ୍‌ ଜ୍ୟାକେଟ ପିନ୍ଧିଲେ ବି ଲୁକ୍‌ ଖାସ୍‌ ଲାଗିଥାଏ। ଏପରି କି ଆଜିକାଲି ମାର୍କେଟ୍‌ରେ ଜ୍ୟାକେଟ୍‌ବାଲା ସାଲଓ୍ବାର୍‌ ସୁଟ୍‌ ବି ମିଳିଲାଣି। ଆପଣ ଚାହିଁଲେ ତାକୁ ବି ଟ୍ରାଏ କରିପାରିବେ। ଆଉ ଯଦି ଦେଶୀ ଲୁକ୍‌ ସହ ତ୍ରିରଙ୍ଗାର ଅନୁଭୂତି ନେବାକୁ ଚାହୁଁଥାନ୍ତି, ତା’ହେଲେ ସେହି ଅନୁଯାୟୀ ନିଜ ପସନ୍ଦରେ କେଉଁ ରଙ୍ଗର ସାଲଓ୍ବାର, ଶାଢି କିମ୍ବା ଜ୍ୟାକେଟ୍‌ କିଣିବେ ତାହା ଆପଣଙ୍କ ଉପରେ ହିଁ ନିର୍ଭର କରିଥାଏ।

ନେହେରୁ ଜ୍ୟାକେଟ୍‌: ମହିଳାମାନଙ୍କ ଭଳି ପୁରୁଷମାନେ ବି ଏହିଦିନ ଟିକେ ଖାସ୍‌ ଦେଖାଯିବା ପାଇଁ ଅନେକ କିଛି ଟ୍ରାଏ କରିଥାନ୍ତି। ତେବେ ସେମାନଙ୍କ ପାଇଁ ସବୁଠୁ ବେଷ୍ଟ ଅପ୍ସନ ହେଉଛି ନେହେରୁ ଜ୍ୟାକେଟ୍‌। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ ସମୟରେ ବହୁବାର ଏହି ଧରଣର ଜ୍ୟାକେଟ୍‌ ପିନ୍ଧିବାରେ ନଜର ଆସିଥିଲେ ା ତେଣୁ ପରବର୍ତ୍ତୀ ସମୟରେ ତାଙ୍କ ନାମାନୁସାରେ ଏହି ଜ୍ୟାକେଟ୍‌ର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ। ତେଣୁ ସାଧାରଣତନ୍ତ୍ର ଦିବସ ଭଳି ବିଶେଷ ଅବସରରେ ପୁରୁଷମାନେ ଜିନ୍ସ ଓ ଧଳା ରଙ୍ଗର କୁର୍ତ୍ତା ସହ ଅରେଞ୍ଜ କିମ୍ବା ଗ୍ରୀନ୍‌ କଲର୍‌ର ନେହେରୁ ଜ୍ୟାକେଟ୍‌ ଟ୍ରାଏ କରିପାରିବେ ନଚେତ୍‌ ଫର୍ମାଲ୍‌ ଡ୍ରେସ୍‌ରେ ବି ଏହି ଜ୍ୟାକେଟ୍‌କୁ ପିନ୍ଧି ଦେଶୀ ଲୁକ୍‌ ପାଇପାରିବେ।

ପଗଡ଼ିରେ ବି ଲାଗିବେ ଖାସ୍‌: ଜିନ୍ସ ଓ ଧଳା ରଙ୍ଗର କୁର୍ତ୍ତା ସହ ପୁରୁଷମାନେ ଚାହିଁଲେ ଟ୍ରାଇ କଲର୍‌ର ପଗଡ଼ିକୁ ମୁଣ୍ଡରେ ବାନ୍ଧି ଦେଶୀ ଲୁକ୍‌ ବି ପାଇପାରିବେ।

ଫର୍ମାଲ୍‌ କୁର୍ତ୍ତା: ଧଳା, ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଯେକୌଣସି ଫର୍ମାଲ୍‌ କୁର୍ତ୍ତା ପିନ୍ଧି ପୁରୁଷମାନେ ଏହି ଦିନ ଖାସ୍‌ ଲାଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri