ସାତ ବର୍ଷ ପରେ ଏକାଠି ନଜର ଆସିବେ ଏକତା-ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଏବେ ଦର୍ଶକଙ୍କର ବେଶ୍‌ ପସନ୍ଦ ଆସୁଛି। ଚଳିତ ବର୍ଷ ଓ ଆସନ୍ତା ବର୍ଷ ତାଙ୍କ ହାତରେ ସବୁଠାରୁ ଅଧିକ ଅଫର ରହିଛି ବୋଲି ଜଣାପଡିଛି। ଏବେ ଏହାସହ ଆଉ ଏକ ପ୍ରୋଜେକ୍ଟ ମିଶିବାକୁ ଯାଉଛି। ଟେଲିଭିଜନ କୁଇନ୍‌ ଭାବେ ପରିଚିତ ଏକତା କପୁରଙ୍କ ଏକ ପ୍ରୋଜେକ୍ଟରେ ଅକ୍ଷୟ କାମ କରିବେ ବୋଲି ଜଣାପଡିଛି। ଏହା ଏକ ଆକ୍ସନ କମେଡି ଫିଲ୍ମ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ପ୍ରକାଶ। ଏହି ଫିଲ୍ମ ୨୦୨୧ରେ ରିଲିଜ୍‌ ହେବ। ଏହାପୂର୍ବରୁ ଅକ୍ଷୟ ଏକତାଙ୍କ ଫିଲ୍ମ ‘ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା’ରେ ନଜର ଆସିଥିଲେ। ବହୁଦିନର ଆଲୋଚନା ପରେ ଅକ୍ଷୟ ଓ ଏକତା ଏହି ଫିଲ୍ମ ନିର୍ମାଣ କରିବାକୁ ସ୍ଥିର କରିଥିବା କୁହାଯାଏ। ପ୍ରାୟ ୧୦ ଦିନ ପୂର୍ବରୁ ଅକ୍ଷୟ ଏହି ଫିଲ୍ମ ପାଇଁ ସାଇନ୍‌ କରିଛନ୍ତି।

Share