ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ ଏହାକୁ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ରାଇଗୁଡ଼ାସ୍ଥିତ ୨ ହେକ୍ଟର ଏନ୍‌କ୍ଲୋଜର ମଧ୍ୟରେ ଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘଦିନ ଧରି ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀ ପାଇଁ ୨୫ ହେକ୍ଟରର ଏକ ନୂତନ ଏନ୍‌କ୍ଲୋଜର ନିର୍ମାଣ କରାଯିବ। ପ୍ରାୟ ବର୍ଷେ ମଧ୍ୟରେ ଏକ ନୂତନ ସ୍ଥାନରେ ଏହାର ନିର୍ମାଣ ଶେଷହେଲେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରୁ ସୂଚନା ମିଳିଛି।
ଅପରାହ୍ନ ୪ଟାରୁ ୬ଟା ଯାଏ ଚାଲିଥିବା ଏହି ବୈଠକରେ ବାଘୁଣୀ ସୁନ୍ଦରୀକୁ ନେଇ ବିଗତ ଦିନରେ ସାତକୋଶିଆରେ ଘଟିଯାଇଥିବା ଘଟଣା ଓ ଦୁର୍ଘଟଣା ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ମାସ ଧରି ସୁନ୍ଦରୀ ରାଇଗୁଡା ଏନକ୍ଲୋଜରରେ ରହିଥିବାରୁ ତାହାର ବ୍ୟାଘ୍ର ପ୍ରବୃତ୍ତି ବଦଳି ଯାଇଛି। ଛୋଟ ଏନକ୍ଲୋଜରରେ ରହିବା ଯୋଗୁ ସେ ଶିକାର ଅଭ୍ୟାସ କରିପାରୁ ନାହିଁ। ତେଣୁ ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବା ନିମନ୍ତେ ଦୁଇ ହେକ୍ଟର ଏନକ୍ଲୋଜରକୁ ୨୫ ହେକ୍ଟର ବିଶିଷ୍ଟ ଏନକ୍ଲୋଜର କରାଯିବ। ଯେଉଁଥିରେ ଅଧିକ ସଂଖ୍ୟକ ତୃଣଭୋଜୀ ପ୍ରାଣୀ ରହିବା ସହିତ ବାଘୁଣୀ ସୁନ୍ଦରୀର ଶିକାର ଅଭ୍ୟାସ ହୋଇପାରିବ। ଏଥିପାଇଁ ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସାତକୋଶିଆ କିମ୍ବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସର୍ଭେ କଲା ପରେ ସ୍ଥାନ ନିରୂପଣ କରିବେ। ଏହି ପ୍ରକ୍ରିୟାକୁ ଏକ ବର୍ଷ ଲାଗିବ। ଏବେ ସୁନ୍ଦରୀର ଭାଗ୍ୟ ପୂର୍ବପରି ରାଇଗୁଡ଼ା ଏନକ୍ଲୋଜର ମଧ୍ୟରେ ସୀମିତ ରହିବ। ଉକ୍ତ ବୈଠକରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ମୁଖ୍ୟ ଡ. ଅନୁପ ନାୟକଙ୍କ ସହ ତାଙ୍କ ଟିମ୍‌, ପିସିସିଏଫ୍‌ (ବନ୍ୟପ୍ରାଣୀ) ଅଜୟ ମହାପାତ୍ର, ପିସିସିଏଫ, ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ପି. ରାମସ୍ବାମୀ, ମହାନଦୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ) ଟିମ୍‌ ଉପସ୍ଥିତ ନ ଥିଲେ।
ଏ ବିଷୟରେ ଏନ୍‌ଟିସିଏ କର୍ତ୍ତୃପକ୍ଷ ଅନୁପ ନାୟକ କହିଛନ୍ତି, ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ଦୁଇ ହେକ୍ଟର ଏନକ୍ଲୋଜରକୁ ବଢ଼ାଇ ୨୫ ହେକ୍ଟର କରାଯିବ। ଏଥିରେ ବାଘୁଣୀକୁ ଶିକାର ଅଭ୍ୟାସ କରାଇବା ପାଇଁ ତୃଣଭୋଜୀ ପ୍ରାଣୀ ରଖାଯିବ। ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସ୍ଥାନ ଚିହ୍ନଟ କରିବେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ଲାଗି ପାରେ ବୋଲି ନାୟକ ପ୍ରକାଶ କରିଛନ୍ତି। ପିସିସିଏଫ(ବନ୍ୟପ୍ରାଣୀ) ଅଜୟ ମହାପାତ୍ର କହିଛନ୍ତି, ସୁନ୍ଦରୀ ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ବ୍ୟାପକ ଉଦ୍ୟମ କରାଯିବ। ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଦୁର୍ଭାଗ୍ୟବଶତଃ ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଛି। କିନ୍ତୁ ଏହାକୁ ସଫଳ କରି ଦେଖାଇବୁ ବୋଲି ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri