ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ ଏହାକୁ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ରାଇଗୁଡ଼ାସ୍ଥିତ ୨ ହେକ୍ଟର ଏନ୍‌କ୍ଲୋଜର ମଧ୍ୟରେ ଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘଦିନ ଧରି ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀ ପାଇଁ ୨୫ ହେକ୍ଟରର ଏକ ନୂତନ ଏନ୍‌କ୍ଲୋଜର ନିର୍ମାଣ କରାଯିବ। ପ୍ରାୟ ବର୍ଷେ ମଧ୍ୟରେ ଏକ ନୂତନ ସ୍ଥାନରେ ଏହାର ନିର୍ମାଣ ଶେଷହେଲେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରୁ ସୂଚନା ମିଳିଛି।
ଅପରାହ୍ନ ୪ଟାରୁ ୬ଟା ଯାଏ ଚାଲିଥିବା ଏହି ବୈଠକରେ ବାଘୁଣୀ ସୁନ୍ଦରୀକୁ ନେଇ ବିଗତ ଦିନରେ ସାତକୋଶିଆରେ ଘଟିଯାଇଥିବା ଘଟଣା ଓ ଦୁର୍ଘଟଣା ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ମାସ ଧରି ସୁନ୍ଦରୀ ରାଇଗୁଡା ଏନକ୍ଲୋଜରରେ ରହିଥିବାରୁ ତାହାର ବ୍ୟାଘ୍ର ପ୍ରବୃତ୍ତି ବଦଳି ଯାଇଛି। ଛୋଟ ଏନକ୍ଲୋଜରରେ ରହିବା ଯୋଗୁ ସେ ଶିକାର ଅଭ୍ୟାସ କରିପାରୁ ନାହିଁ। ତେଣୁ ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବା ନିମନ୍ତେ ଦୁଇ ହେକ୍ଟର ଏନକ୍ଲୋଜରକୁ ୨୫ ହେକ୍ଟର ବିଶିଷ୍ଟ ଏନକ୍ଲୋଜର କରାଯିବ। ଯେଉଁଥିରେ ଅଧିକ ସଂଖ୍ୟକ ତୃଣଭୋଜୀ ପ୍ରାଣୀ ରହିବା ସହିତ ବାଘୁଣୀ ସୁନ୍ଦରୀର ଶିକାର ଅଭ୍ୟାସ ହୋଇପାରିବ। ଏଥିପାଇଁ ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସାତକୋଶିଆ କିମ୍ବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସର୍ଭେ କଲା ପରେ ସ୍ଥାନ ନିରୂପଣ କରିବେ। ଏହି ପ୍ରକ୍ରିୟାକୁ ଏକ ବର୍ଷ ଲାଗିବ। ଏବେ ସୁନ୍ଦରୀର ଭାଗ୍ୟ ପୂର୍ବପରି ରାଇଗୁଡ଼ା ଏନକ୍ଲୋଜର ମଧ୍ୟରେ ସୀମିତ ରହିବ। ଉକ୍ତ ବୈଠକରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ମୁଖ୍ୟ ଡ. ଅନୁପ ନାୟକଙ୍କ ସହ ତାଙ୍କ ଟିମ୍‌, ପିସିସିଏଫ୍‌ (ବନ୍ୟପ୍ରାଣୀ) ଅଜୟ ମହାପାତ୍ର, ପିସିସିଏଫ, ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ପି. ରାମସ୍ବାମୀ, ମହାନଦୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ) ଟିମ୍‌ ଉପସ୍ଥିତ ନ ଥିଲେ।
ଏ ବିଷୟରେ ଏନ୍‌ଟିସିଏ କର୍ତ୍ତୃପକ୍ଷ ଅନୁପ ନାୟକ କହିଛନ୍ତି, ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ଦୁଇ ହେକ୍ଟର ଏନକ୍ଲୋଜରକୁ ବଢ଼ାଇ ୨୫ ହେକ୍ଟର କରାଯିବ। ଏଥିରେ ବାଘୁଣୀକୁ ଶିକାର ଅଭ୍ୟାସ କରାଇବା ପାଇଁ ତୃଣଭୋଜୀ ପ୍ରାଣୀ ରଖାଯିବ। ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସ୍ଥାନ ଚିହ୍ନଟ କରିବେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ଲାଗି ପାରେ ବୋଲି ନାୟକ ପ୍ରକାଶ କରିଛନ୍ତି। ପିସିସିଏଫ(ବନ୍ୟପ୍ରାଣୀ) ଅଜୟ ମହାପାତ୍ର କହିଛନ୍ତି, ସୁନ୍ଦରୀ ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ବ୍ୟାପକ ଉଦ୍ୟମ କରାଯିବ। ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଦୁର୍ଭାଗ୍ୟବଶତଃ ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଛି। କିନ୍ତୁ ଏହାକୁ ସଫଳ କରି ଦେଖାଇବୁ ବୋଲି ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri