Posted inଖେଳ

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ଜଣ ଶିବିରାର୍ଥୀଙ୍କୁ ବହିଷ୍କାର କରାଯାଇଛି। ଲକ୍ଷ୍ନୌସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରଠାରେ ଆୟୋଜିତ ଜାତୀୟ କ୍ୟାମ୍ପରେ ୪୫ଜଣ ମହିଳା ରେସ୍‌ଲର ଟ୍ରେନିଂ ନେଉଥିଲେ। ୨୫ଜଣଙ୍କୁ ଛାଡ଼ି ୩ଜଣ ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନେ ହେଲେ ସାକ୍ଷୀ (୬୨କେଜି), ସୀମା ବିସ୍‌ଲା (୫୦କେଜି) ଏବଂ କିରନ (୭୬କେଜି)। ଏହି ୩ଜଣଙ୍କୁ ବୁଧବାର ସୁଦ୍ଧା ସେମାନଙ୍କ ଜବାବ ରଖିବା ଲାଗି କୁହାଯାଇଛି। ଅନ୍ୟମାନଙ୍କୁ ପୁନଃ ଆଦେଶ ନ ହେବା ପର୍ଯ୍ୟନ୍ତ ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ସେମାନଙ୍କୁ ଆହୁରିମଧ୍ୟ ଚାରୋଟି ଅଣ ଅଲିମ୍ପିକ କାଟେଗୋରୀରେ ବିଶ୍ୱଚାମ୍ପିୟନଶିପ୍‌ ଟ୍ରାଏଲରେ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଇଛି। ଡବ୍ଲ୍ୟୁଏଫ୍‌ଆଇର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ କହିବା ଅନୁସାରେ ବେଲାରୁଷ ଏବଂ ଇସ୍ତୋନିଆ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ଲାଗି ଭାରତୀୟ ଦଳର ପ୍ରସ୍ତାନ ପରେ ଅବଶିଷ୍ଟ ରେସଲରମାନେ ବିନା ଅନୁମତିରେ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ସେ କହିଛନ୍ତି, ଆମେ କେବଳ ସାକ୍ଷୀ, ସୀମା ଏବଂ କିରନଙ୍କୁ କରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କହିଛୁ। ଅନ୍ୟମାନଙ୍କୁ ଏହି ନୋଟିସ୍‌ ଜାରି କରାଯିବାର କୌଣସି ଆବଶ୍ୟକତା ଥିବା ଅନୁଭବ କରି ନ ଥିଲୁ। ଶୃଙ୍ଖଳା ଭଙ୍ଗ ପାଇଁ ସେମାନଙ୍କୁ କେବଳ ବହିଷ୍କାର କରାଯାଇଥିଲା ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri