ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍‌ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ

ସାକ୍ଷୀଗୋପାଳ, ୧୭।୪(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ବ୍ୟାଙ୍କ ଓ ବଜାରରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ ବ୍ୟାଙ୍କ କର୍ମଚାରୀ, ବ୍ୟସାୟୀ ଓ ଗ୍ରାହକମାନଙ୍କୁ ସଚେତନ କରିବା ସହ ନିୟମ ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦେଇଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଆଇଆଇସି ଦେବୀ ପ୍ରସାଦ ପାତ୍ର, ନିୟନ୍ତ୍ରିତ ବଜାର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ, ଜିପିଓ ମଣ୍ଟୁ ସ୍ବାଇଁ ପ୍ରମୁଖ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ ।