ସାଇଜ୍‌ ଶାଳ କାଠ, ୩ ସାଇକେଲ ଜବତ

ବୁଗୁଡ଼ା,୨୧ା୯(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଶନିବାର ସକାଳେ ଗୋଲିଆ ନିକଟରେ ୩ ସାଇକେଲ ଓ ୧୬ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରିଛି । କାଠ ଚାଲାଣକାରୀ ଫେରାର ହୋଇଯାଇଛନ୍ତି। ଶନିବାର ସକାଳେ ୩ଟି ସାଇକେଲରେ ଶାଳ କାଠ ଯାଉଥିବା କୌଣସି ସୂତ୍ରରୁ ଖବରପାଇ ମିଳିଥିଲା। ବନାଞ୍ଚଳ ଅଧିକାରୀ ଦୁଃଶାସନଙ୍କ ନେତୃତ୍ୱରେ ବନରକ୍ଷୀ ଶିବରାମ ପାତ୍ର, ରନତ୍ାକର ମଲିକ ଓ ଫରେଷ୍ଟ ସ୍କ୍ବାଡ କର୍ମଚାରୀମାନେ ଗୋଲିଆ ନିକଟରେ କାଠ ଚାଲାଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଚାଲାଣକାରୀମାନେ ସାଇକେଲ ଓ କାଠ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ । ବନ କର୍ମଚାରୀମାନେ ଘଟଣାସ୍ଥଳରୁ ୩ ସାଇକେଲ ଓ ସାଇଜ୍‌ ଶାଳ କାଠ ଜବତ କରିଥିଲେ ।