ସାଇକେଲ ରୋକିବ କରୋନା ସଂକ୍ରମଣ: ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ସାଇକେଲ ସହିତ ଅନ୍ୟ ବିନା ମୋଟର ଚାଳିତ ଯାନର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପୃଥିବୀର ବହୁ ଦେଶରେ କରୋନା ମୁକାବିଲା ଲାଗି ବିନା ମୋଟର ଚାଳିତ ଯାନ ବାହନ ଉପରେ ଗୁରୁତ୍ୱାରୋପ କରାଯାଇଛି। ନ୍ୟୁୟର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୬୫ କିମିର ରାସ୍ତା ଚାଇକେଲ ଚାଳକଙ୍କ ପାଇଁ ନିର୍ମାଣ କରାଯାଇଛି। ସେହିପରି ଅକଲାଣ୍ଡରେ ୧୦ ପ୍ରତିଶତ ସଡ଼କରେ ମୋଟଳ ଚାଳିତ ଯାନ ଯିବା ଆସିବା ଉପରେ କଟକଣା ଲଗାଯାଇଛି। କଲମ୍ବିଆର ବୋଗୋଟରେ ରାତାରାତି ୭୬ କିମିର ରାସ୍ତା ସାଇକେଲ ଆରେହୀଙ୍କ ପାଇଁ ନିର୍ମାଣ କରାଯାଇଛି। ତେଣୁ ଭାରତରେ ଏଭଳି ଉଦ୍ୟମ କରାଯିବା ଉପରେ ସହର ବିକାଶ ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ରା ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଛ ମାସିକ, ବାର୍ଷିକ ଏବଂ ଆଜୀବନ ଆଦି ତିନିସ୍ତରୀୟ ଯୋଜନା ଲାଗୁ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

Share