ସାଇକେଲ୍‌ ମେକାନିକ୍‌ଙ୍କଠାରୁ କରଜ କରିଛନ୍ତି ଭାଇଜାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ କଥା କିଏ ବା ନ ଜାଣେ। ବଲିଉଡ୍‌ ହେଉ କି ତାଙ୍କ ପ୍ରଶଂସକ ସମସ୍ତଙ୍କ ହୃଦୟରେ ସେ ରାଜ କରିଥାନ୍ତି। ଫିଲ୍ମ ହେଉ ବା ସମାଜ ସେବା ପାଇଁ ସଲମାନ ସବୁବେଳେ ପ୍ରଶଂସା ପାଇଥାନ୍ତି। ସେହିପରି ଦେଶରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରୁ ସେ ଅନ୍ୟତମ। ସମାଜ ସେବା ପାଇଁ ସବୁବେଳେ ତତ୍ପର ଥିବା ବେଳେ ପ୍ରାୟ ସମୟରେ ସେ ସାହାଯ୍ୟ ଲୋଡୁଥିବା ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି। ହେଲେ ଜାଣିଛନ୍ତି କି, ଏହି ସୁପରଷ୍ଟାର ଜଣେ ବ୍ୟକ୍ତିଙ୍କଠାରୁ କରଜ କରିଥିବା କଥା। ଆଜ୍ଞା ହଁ, ସଲମାନ ଜଣେ ସାଇକେଲ ମେକାନିକ୍‌ଙ୍କଠାରୁ ୧.୨୫ଟଙ୍କା କରଜ କରିଛନ୍ତି। ଯାହା ଏବେ ପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତାନ୍ତି। ନିକଟରେ ଉମଙ୍ଗ ୨୦୨୦ର ଏକ କାର୍ଯ୍ୟକ୍ରମରେ ସଲମାନ ଯୋଗଦେଇଥିବା ବେଳେ ଏହି କରଜ କଥା କହିଛନ୍ତି। ସେ କହିଛନ୍ତି, ଏକଦା ସେ ଶଟର୍‌ସ ପିନ୍ଧି ସାଇକେଲ୍‌ରେ ବାହାରକୁ ଯାଇଥିଲେ। ସେହି ସମୟରେ ତାଙ୍କର ସାଇକେଲ୍‌ ଖରାପ ହୋଇଯାଇଥିଲା। ହେଲେ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ସାଇକେଲ ମେକାନିକ୍‌ଙ୍କୁ ଏହାକୁ ସଜାଡିବାକୁ କହିବା ସହ ପରେ ଟଙ୍କା ଦେଇଦେବେ ବୋଲି କହିଥିଲେ। ସେତିକି ବେଳକୁ ବୃଦ୍ଧ ମେକାନିକ୍‌ ଜଣକ କହିଥିଲେ, ତମେ ସବୁବେଳେ ସେମିତି କର। ପିଲାବେଳେ ବି ପରେ ଟଙ୍କା ଦେଇଦେବି କହି ଆଜିଯାଏଁ ୧.୨୫ଟଙ୍କା ଦେଇନାହଁ। ସଲମାନ ଏହା ଶୁଣି ଲଜ୍ଜିତ ଅନୁଭବ କରିଥିଲେ। ଏହାପରେ କରଜ ଥିବା ଟଙ୍କାକୁ ଉକ୍ତ ମେକାନିକ୍‌ଙ୍କୁ ଦେଇଥିଲେ। ହେଲେ ସେ ନେବାକୁ ମନା କରିଦେଇଥିଲେ ବୋଲି ସଲମାନ କହିଛନ୍ତି।

Share