Categories: ଜାତୀୟ

ସାଇକେଲ୍‌ ଚଢି ସଂସଦ ଆସିଲେ ମନୋଜ-ମନସୁଖ

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରି ସାଇକେଲ ଚଢି ସଂସଦ ଭବନ ପହଞ୍ଚିଥିବା ଦେଖାଯାଇଛି। ସେହିପରି ଭାଜପା ଏମ୍‌ପି ମନସୁଖ ମନ୍ଦଭିୟା ମଧ୍ୟ ଚାଇକେଲ ଚଢି ସଂସଦ ଭବନ ପହଞ୍ଚିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢି ଯାଇଥିବା ବେଳେ ଏଠାରେ ଅଧିକାଂଶ ଲୋକେ ସାଇକେଲ ଚଢିବାକୁ ପସନ୍ଦ କରିବା ସହ ଅନ୍ୟମାନଙ୍କୁ ସାଇକେଲ ଚଲାଇବା ପାଇଁ ପ୍ରବର୍ତ୍ତାଉ ଥିବା ଦେଖାଯାଇଛି।

Share