Categories: ଜାତୀୟ

ସାଇକେଲରେ ଆସି ଦାୟିତ୍ୱ ନେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ

ଜୟପୁର,୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆଲୋକ ସିଂ କ୍ଲେର ଦିଲ୍ଲୀରୁ ସାଇକେଲ ଚଳାଇ ଜୟପୁରସ୍ଥିତ ସାଉଥ ଓ୍ବେଷ୍ଟର୍ନ କମାଣ୍ଡର ଦାୟିତ୍ୱ ନେଇଛନ୍ତି। ସେ ତାଙ୍କ ଦୁଇ ପୁଅ ଐମାନ ଓ ଅର୍ମାନ ଏବଂ କେତେଜଣ ଅଫିସରଙ୍କ ସହିତ ଦିଲ୍ଲୀରୁ ସାଇକେଲ ଚଳାଇ ୧୪ଘଣ୍ଟା ମଧ୍ୟରେ ୨୮୦ କି.ମି. ଆସି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଥିଲେ। ସେ ରବିବାର ୧୦ମ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଜକୁ ଶାରୀରିକ ଭାବେ ଦକ୍ଷ ରଖିବା ପ୍ରତ୍ୟେକ ଯବାନର ମୌଳିକ ଦାୟିତ୍ୱ। ତେବେ ଫିଟ୍‌ ଇଣ୍ଡିଆ କ୍ୟାମ୍ପେନ୍‌କୁ ସମର୍ଥନ ଜଣାଇ ସାଇକେଲ ଯୋଗେ ଆସି ଦାୟିତ୍ୱ ଗ୍ରହଣ କରିବା ଏକ ଦୈବୀସଂଯୋଗ। ଲ୍ୟୁଟନାଣ୍ଟ ଜେନେରାଲ କ୍ଲେର ମଧ୍ୟ ଝାନ୍‌ସୀ ଓ ଅମ୍ବାଲା କମାଣ୍ଡକୁ ସାଇକେଲରେ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ।

Share