Categories: ବାଣିଜ୍ୟ

ସହାୟତା ୩ ଗୁଣକୁ ବଢ଼ାଇଲା ଏଡିବି

ନୂଆଦିଲ୍ଲୀ,୧୪।୪: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) କୋଭିଡ୍‌-୧୯ ଲଢ଼େଇରେ ଯୋଗଦାନକୁ ଜୋର୍‌ଦାର କରିଛି। ଏହି ବ୍ୟାଙ୍କ ଏହାର ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଦାନ କରିଥିବା ପ୍ୟାକେଜକୁ ୩ ଗୁଣକୁ ବଢାଇ ୨୦ ବିଲିୟନ ଡଲାର କରିଛି। ଏହି ବହୁ ପାକ୍ଷିକ ଫଣ୍ଡିଂ ଏଜେନ୍ସି ତ୍ୱରିତ ସହାୟତା ଯୋଗାଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ମାର୍ଚ୍ଚରେ ଏଡିବି ୬.୫ ବିଲିୟନ ଡଲାର ଘୋଷଣା କରିଥିଲା। ଏଥିରେ ଆଉ ଅଧିକ ୧୩.୫ ବିଲିୟନ ଡଲାର ଅଧିକ ରାଶି ପ୍ରଦାନ କରାଯାଇଛି। ୨୦ ବିଲିୟନ ଡଲାର ପ୍ୟାକେଜ ସମେତ ୨.୫ ବିଲିୟନ ଡଲାରର ରିହାତି ଗ୍ରାଣ୍ଟ ମଧ୍ୟ ସାମିଲ ରହିଛି। ସଦସ୍ୟ ରାଷ୍ଟ୍ରଗୁଡିକୁ ସହାୟତା ସ୍ବରୂପ ଆର୍ଥତ୍କ, ସାମାଜିକ ଏବଂ ବିକାଶ ଲାଗି ଏଭଳି ପ୍ୟାକେଜ ପ୍ରଦାନ କରାଯାଇଛି ବୋଲି ଏଡିବି ସଭାପତି ଏମ୍‌. ଆଶାକାଓ୍ବା ସୂଚନା ଦେଇଛନ୍ତି। ଏହା ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅର୍ଥ ବ୍ୟବସ୍ଥାଗୁଡିକରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତିକୁ ସୁଧାରିବାରେ ସହାୟକ ହୋଇପାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

Share