ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ

ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍‌ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି ରହିବ। ହେଲେ ଶ୍ରମଜୀବୀ ଏବଂ ଚାଷୀଙ୍କ ଜୀବନଜୀବିକାକୁ ନଜରରେ ରଖି ଗ୍ରାମାଞ୍ଚଳରେ ନିୟମ କୋହଳ କରାଯିବ। ଜିଲାରୁ କରୋନା ଚେରକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୂତନ ନିୟମାବଳୀ ଜାରି କରାଯାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ଭିଡିଓ ବିବୃତିରେ ସୂଚନା ଦେଇ କହିଛନ୍ତି, ନୂଆ ଗାଇଡ୍‌ ଲାଇନ ଆସିବା ପରେ କଟକଣା ଅତିମାତ୍ରାରେ କୋହଳ ହୋଇଯିବ ବୋଲି ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି। ହେଲେ ଢେଙ୍କାନାଳ ଜିଲାରେ ଗୋଟିଏ କରୋନା ପଜିଟିଭ୍‌ ମାମଲା ଆସିଥିବାରୁ ସହରାଞ୍ଚଳରେ ଲାଗୁ ହୋଇଥିବା ନିୟମ ପ୍ରାୟତଃ ବଳବତ୍ତର ରହିବ। ନୂତନ ଗାଇଡ୍‌ ଲାଇନ ଅନୁଯାୟୀ ପୌରାଞ୍ଚଳ ଏବଂ ଏନ୍‌ଏସିରେ କୌଣସି ଉନ୍ନୟନମୂଳକ କାମ ହେବନାହିଁ। କେବଳ ପରିମଳ ଏବଂ ପାନୀୟଜଳ ଯୋଗାଣ ସମ୍ପର୍କିତ ଅତ୍ୟାବଶ୍ୟକ କାର୍ଯ୍ୟ ଚାଲିବ। ୨୦ ତାରିଖରୁ ଯାନବାହନ ଚଳାଚଳକୁ ଆହୁରି କଡ଼ାକଡ଼ି କରାଯିବ। ତେବେ ଦିବ୍ୟାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କ ଜୀବନଜୀବିକାକୁ ପ୍ରୋତ୍ସାହିତ କରିବା ଲାଗି କଟକଣା କୋହଳ କରାଯାଇଛି। ଏଣିକି ରେଲଓ୍ବେ, ଜାତୀୟ ରାଜପଥ, ଏମ୍‌ଜିଏନ୍‌ଆରଇଜିଏସ୍‌, ଆର୍‌ଡି, ପିଡବ୍ଲ୍ୟୁଡି ପକ୍ଷରୁ କାମ ଆରମ୍ଭ ହେବ। ନିୟୋଜିତ ଶ୍ରମିକଙ୍କ ପାଇଁ କାର୍ଯ୍ୟସ୍ଥଳରେ ପିଇବା ପାଣି, ହାତ ଧୋଇବା ସୁବିଧା ରହିବ। ସେମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ବିଶ୍ରାମ ସମୟରେ ଗୋଟିଏ ସ୍ଥାନରେ ଏକାଠି ନ ହୋଇ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।
ଏ ନେଇ ବିଭିନ୍ନ ବ୍ଲକର ବିଡିଓଙ୍କ ସହିତ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରାଯାଇଛି। ସେହିପରି ସହରାଞ୍ଚଳରେ ଗ୍ରସେରି ଦୋକାନ ସହ କେତେକ ବହି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଷ୍ଟେଶନାରି ଦୋକାନ ଖୋଲିବ। ବିହନ, କୀଟନାଶକ, ସାର ଭଳି କୃଷି ଉପକରଣ ଏବଂ ସିମେଣ୍ଟ, ଲୁହାଛଡ଼ ଭଳି ନିର୍ମାଣ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନ ମଧ୍ୟ ଖୋଲାରହିବ। ତେବେ ପୂର୍ବଭଳି ଦୋକାନ ଖୋଲିବା ସମୟ ୭ଟା ୧୧ଟା ହିଁ ରହିବ। ଅଦ୍ୟାବଧି କୌଣସି ସମସ୍ୟା ଉପୁଜି ନ ଥିବାରୁ ଏହି ସମୟରେ ପରିବର୍ତ୍ତନ ହୋଇନାହିଁ।
ଅପରପକ୍ଷେ କୃଷି ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ଚଳାଚଳ କରିବ। ରାସ୍ତା ପାର୍ଶ୍ୱରେ ଢାବା, ଗ୍ୟାରେଜ ଏବଂ ସ୍ପେୟାର ପାଟର୍‌ସ ଦୋକାନଗୁଡ଼ିକ ଖୋଲା ରହିବ। ପରିବର୍ତ୍ତିନ ନିୟମ ଅନୁପାଳନରେ ଜିଲାବାସୀ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri