ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଅସରାଏ ବର୍ଷାରେ ମୁଖ୍ୟ ସହର ଉବୁଟୁବୁ ହେଉଛି। ସହରସ୍ଥିତ ଟ୍ରାଫିକ ଛକରେ ଅସ୍ଥାୟୀ ଜୋତା ଦୋକାନଠାରୁ ରୁକ୍ମିଣୀ ମେଡିକାଲ ଷ୍ଟୋର ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ଉପରେ ବର୍ଷାପାଣି ସପ୍ତାହ ଧରି ଜମି ରହି ଏକ ନାଳୀର ଭ୍ରମ ସୃଷ୍ଟି କରୁଛି। ବ୍ଲକରୋଡରୁ ମୁଖ୍ୟ ସଡ଼କ ଏବଂ ମୁଖ୍ୟରାସ୍ତାରୁ ବ୍ଲକରୋଡକୁ ଆସୁଥିବା ପଥଚାରୀଙ୍କୁ ପ୍ରତିଦିନ ଏହି ଅପରିଷ୍କାର ପାଣିରେ ପଶି ଚାଲିବାକୁ ପଡୁଛି। ବର୍ଷାଦିନ ପୂର୍ବରୁ ଜଳ ନିଷ୍କାସନ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସହର ମଧ୍ୟରେ ଜମି ରହିଥିବା ଏହି ବର୍ଷାପାଣି ସହରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଥିଲାବେଳେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ବାସୁଦେବପୁର ମୁଖ୍ୟ ସହରରେ ଏଭଳି ଡ୍ରେନେଜ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାଫିକଛକଠାରୁ ହାଟସାଗର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ଡ୍ରେନ ପୋତିହୋଇ ରହିଥିବାରୁ ପାଣି ନିଷ୍କାସିତ ହେବା ପରିବର୍ତ୍ତେ ଡ୍ରେନର ମଇଳା ପାଣି ରାସ୍ତାକୁ ମାଡ଼ି ଆସୁଛି। ଏହି ଅପରିଷ୍କାର ପାଣି ରାସ୍ତାରେ ଜମି ରହୁଛି। ଫଳରେ ମଇଳା ପାଣି ଟ୍ରାଫିକ ଛକଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଶୁଛି। ଶହ ଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଣି ମାଡ଼ି ଯାଆସ କରୁଛନ୍ତି। ସେହିପରି ଟ୍ରାଫିକ ଛକଠାରୁ ମାଲୁସାହି ଆଡକୁ ଯାଉଥିବା ଡ୍ରେନ ମଧ୍ୟ ପୋତି ହୋଇପଡ଼ିଛି। ବ୍ଲକରୋଡରୁ ଦେଉଳି ସେଠୀସାହି ଦେଇଯାଇଥିବା ଡ୍ରେନର ମଧ୍ୟ ଅନୁରୂପ ଅବସ୍ଥା। ବର୍ଷାଜଳ ଏହା ମଧ୍ୟଦେଇ ନିଷ୍କାସିତ ହୋଇପାରୁ ନାହିଁ। ମାଛହାଟ, ପରିବାହାଟ ପଛ ଓ ଚାଉଳ ମାର୍କେଟ ଦେଇ ଯାଇଥିବା ଡ୍ରେନ ନର୍ଦ୍ଦମାରେ ପରିଣତ ହୋଇଛି। ସେହିପରି ପ୍ରାଣୀ ଡାକ୍ତରଖାନା ପରିସର, ବାଲିକଲୋନୀ, ହାଇସ୍କୁଲ ପରିସର ଓ ଏହା ସଂଲଗ୍ନ ଅଞ୍ଚଳର ସ୍ଥିତି ବର୍ଷାରେ ସଙ୍ଗିନ ହୋଇପଡ଼ିଛି। ଠିକ୍‌ ସମୟରେ ଡ୍ରେନଗୁଡ଼ିକୁ ସଫା କରାଯାଉ ନ ଥିବାରୁ ସହର ଜଳମଗ୍ନ ହେଉଛି ବୋଲି ବାସୁଦେବପୁର ଅଞ୍ଚଳର ସାମାଜିକ କର୍ମୀ ତଥା ବ୍ୟବସାୟୀ କିଶୋର କୁମାର ମହାପାତ୍ର ଅଭିଯୋଗ କରିଛନ୍ତି। ଟ୍ରାଫିକ ଛକରେ ସପ୍ତାହେ ଧରି ପିଚୁ ରାସ୍ତାରେ ବର୍ଷାଜଳ ଜମି ରହିଥିବାବେଳେ ପ୍ରତିଦିନ ବିଭିନ୍ନ ବିଭାଗ ଓ ପ୍ରଶାସନିକ ଅଧିକାରୀ ଚାରିଚକିଆରେ ବସି ଏହି ପାଣି ଉପରେ ଯିବାଆସିବା କରୁଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କେହି ଗୁରୁତ୍ୱ ଦେଉନାହାନ୍ତି। ସାଧାରଣ ପଥଚାରୀ ମଇଳା ପାଣିରେ ଯାଆସ କରି ଚର୍ମରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ବ୍ୟବସାୟୀ ମୃତ୍ୟୁଞ୍ଜୟ ଅଗସ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ପଚାରିବାରୁ ବର୍ଷାଦିନେ ଯେଉଁ ସ୍ଥାନରେ ପାଣି ଜମି ରହୁଛି, ସେଠାରୁ ନିଷ୍କାସନ ଦିଗରେ ପୌରପାଳିକା କାର୍ଯ୍ୟ ଆରମ୍ଭ କରିଛି ବୋଲି କହିଛନ୍ତି। ତେବେ କେତେକ ଲୋକ ସରକାରୀ ଜମି ଜବରଦଖଲ କରି ନାଳୀ, ନୟନଯୋରୀ ମୁହଁକୁ ପୋତି ପକାଇ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri