ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ : ଉପଜିଲାପାଳଙ୍କୁ ଭେଟିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସନ୍ନିକଟ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମ(ବିଏମସି)ରେ ସାମିଲ କରିବା ନେଇ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରହିଛି ା ଏଥିପାଇଁ ଗଠିତ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ, ମହାନଗର ନିଗମ କର୍ତ୍ତୃପକ୍ଷ, ଆରଡିସି, ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ଏ ଯାଏ ସୁଫଳ ମିଳିନି। ତେଣୁ ସହରତଳି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ା ଅନ୍ୟପକ୍ଷରେ ପୂର୍ବ ପ୍ରତିଶ୍ରୁତି ପ୍ରକାରେ ଶୁକ୍ରବାର କମିଟିର କର୍ମକର୍ତ୍ତା ଦାବି ପୂରଣ ଆଶାନେଇ ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କୁ ଭେଟିଥିଲେ। ସେଠାରୁ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିିଛି ା
ଜୁନ ଶେଷ ସୁଦ୍ଧା ସହରତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ା ଆବଶ୍ୟକ ପଡିଲେ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି କମିଟି ଚେତାବନୀ ଶୁଣାଇଛି ା
ଅଞ୍ଚଳକୁ ବିଏମସିରେ ସାମିଲ କରିବା ନେଇ ପୂର୍ବରୁ ଆରଡିସିଙ୍କୁ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଆଧାରରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମସି କର୍ତ୍ତୃପକ୍ଷଙ୍କୁ ସହରତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ୨୦୧୮ ଫେବୃୟାରୀରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ା ହେଲେ ଏ ଯାଏ ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଏହା ପ୍ରତିବାଦରେ ମାର୍ଚ୍ଚ ୨୯ରେ କମିଟି ପକ୍ଷରୁ ବିଏମସି କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ୨ ଦିନ ଧାରଣା ପରେ ନିର୍ବାଚନ ଆଚରଣ ବିଧି ଯୋଗୁ ଉପଜିଲାପାଳ କିମ୍ବା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ଆଣି ଧାରଣା ଚାଲୁ ରଖିବାକୁ କମିଶନର ଚକ୍ରୱର୍ତୀ ସିଂ ରାଠୋର କମିଟି କର୍ତ୍ତୃପକ୍ଷଙ୍କୁୁ ଚିଠି ମାଧ୍ୟମରେ ଜଣାଇଥିଲେ ା ଏହାପରେ ଉପଜିଲାପାଳଙ୍କଠାରୁ ଅନୁମତି ଲୋଡିବା ବେଳେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଏ ନେଇ ଜିଲାପାଳ ଓ ନିଗମ କମିଶନରଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ା ଉକ୍ତ ପ୍ରତିଶ୍ରୁତି ପ୍ରକାରେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଶୁକ୍ରବାର ମିଳିତ କ୍ରିୟାନୁଷ୍ଠାନ କମିଟି କର୍ତ୍ତୃପକ୍ଷ ଉପଜିଲାପାଳ ରାଉତରାୟଙ୍କୁ ସାକ୍ଷାତ କରିଥିଲେ ା କିନ୍ତୁ ଉପଜିଲାପାଳ ଏ ନେଇ କମିଶନର ଓ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ସହ ଆସନ୍ତା ଜୁନ ଶେଷ ସପ୍ତାହରେ ହେବାକୁ ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି ା
ତେବେ ଉପଜିଲାପାଳଙ୍କଠାରୁ ଏଭଳି ପ୍ରତିଶ୍ରୁତି ପରେ କମିଟି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ା ଜୁନ ଶେଷ ସୁଦ୍ଧା ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ପୁଣି କମିଟି ଆନ୍ଦୋଳନକୁ ଓ୍‌ହ୍ଲାଇବ ବୋଲି କମିଟି ସଭାପତି ସଞ୍ଜୀବ ପଟ୍ଟନାୟକ କହିଛନ୍ତି। ଉପଜିଲାପାଳଙ୍କ ସହ ଆଲୋଚନା ବେଳେ କମିଟିର ସଭାପତିଙ୍କ ସମେତ ଉପସଭାପତି ହରିହର ନାୟକ, ଉପଦେଷ୍ଟା ସୁବାସ ଚନ୍ଦ୍ର ପାତ୍ର, ଏଲ ଲକ୍ଷ୍ମଣ ପାତ୍ର, ନାରାୟଣ ଚନ୍ଦ୍ର ପରିଚ୍ଛା, ଶ୍ରୀମନ୍ତ ପାଣିଗ୍ରାହୀ, କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ ା
ସହରତଳି ତଥା ବ୍ରହ୍ମପୁର ସନ୍ନିକଟ ପଞ୍ଚାୟତ ଓ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଏମସିରେ ସାମିଲ କରିବାକୁ ୨୦୦୮ରୁ ଯୋଜନା ରହିଥିଲା ା
ସହରତଳି ଅଞ୍ଚଳକୁ ସାମିଲ କରି ବୃହତ୍ତ ମହାନଗର ନିଗମ ଗଠନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା ା
କିନ୍ତୁ ଇତିମଧ୍ୟରେ ଦୁଇ ଦୁଇ ଥର ରାଜ୍ୟରେ ସରକାର ଗଠନ ସରିଥିବା ବେଳେ ମହାନଗର ନିଗମ ଗଠନ ହୋଇ କର୍ପୋରେସନର ଦୁଇ ଦୁଇଟି ନିର୍ବାଚିତ କାଉନସିଲର ଅବଧି ସରିଛି ା ତଥାପି ସହରତଳି ଅଞ୍ଚଳକୁ ସାମିଲ ଦିଗରେ ଜିଲାପ୍ରଶାସନ କି ସ୍ଥାନୀୟ ଜନପ୍ରତିନିଧି ଆଗ୍ରହ ପ୍ରକାଶ କରୁନାହାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri