ସହରକୁ ପଶି ଆସିଲା କୁଟୁରା

ଦେବଗଡ଼,୧୨ା୫(ଡି.ଏନ.ଏ.): ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିପା ସାହିକୁ ମଙ୍ଗଳବାର ପଶି ଆସିଥିବା ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ଆହତ କୁଟୁରାର ଚିକିତ୍ସା କରି ବନ ବିଭାଗ ପର୍ଯ୍ୟବେକ୍ଷଣରେ ରଖିଛି। ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ କହିଛନ୍ତି। ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ଏକ କୁଟୁରା ସହର ମଧ୍ୟକୁ ଚାଲି ଆସିଥିଲା। କୁକୁର ଗୋଡାଇବା ଯୋଗୁ ଭୟରେ ଜଣେ ତହସିଲ କର୍ମଚାରୀଙ୍କ ବାସଗୃହରେ ପଶିଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୁଟୁରାକୁ ଉଦ୍ଧାର କରିଥିଲେ।