ସହଯୋଗ ମାଗିଲେ ଦିଲୀରେ ଅଟକି ରହିଥିବା ଶ୍ରମିକ

ସମ୍ବଲପୁର,୨୮।୩ (ବ୍ୟୁରୋ)- ସମ୍ବଲପୁର ଜିଲା ମେଘପାଳ ଗ୍ରାମଞ୍ଚାତୟର ୩୦ ଶ୍ରମିକ ଦିଲୀରେ ଫସି ରହିଛନ୍ତି । ଉଦ୍ଧାର ଲାଗି ସେମାନେ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ସହଯୋଗ ଭିକ୍ଷା କରିଛନ୍ତି । ଲକଡାଉନ ୨୧ ଦିନ ପର୍ଯ୍ୟନ୍ତ ଚାଲିବ । ଇତିମଧ୍ୟରେ ସେମାନଙ୍କ ପାଖରେ ଥିବା ଖାଦ୍ୟ ସମାଗ୍ରୀ ସରିବାକୁ ବସିଲାଣି । କାମ ବନ୍ଦ ହୋଇଯାଇଥିବାରୁ ସାମଗ୍ରୀ କିଣିବାକୁ ପାଖରେ ଟଙ୍କା ନାହିଁ । ତେଣୁ ସରକାର ସହାୟତା ଯୋଗାଇ ଦେଲେ ସେମାନେ ଉପକୃତ ହୋଇ ପାରିବେ ବୋଲି ଫୋନ ଯୋଗେ ଅନୁରୋଧ କରିଛନ୍ତି।