Categories: ଜାତୀୟ

ସହଯୋଗରେ ସମ୍ପର୍କ ହେବ ମଜଭୁତ

ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ମିଳିତ ଭାବେ ଯୋଗବାନି-ବିରାଟନଗରରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକ୍‌ପୋଷ୍ଟର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟବସାୟ ଓ ଲୋକଙ୍କ ଗମନା ଗମନର ସୁବିଧା ପାଇଁ ଭାରତର ସହଯୋଗରେ ନିର୍ମାଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତ ସବୁ ପଡୋଶୀ ମିତ୍ର ଦେଶ ସହ ଯାତାୟତକୁ ସରଳ କରିବା ବ୍ୟବସାୟ, ସଂସ୍କୃତି, ଶିକ୍ଷାକୁ ନେଇ ଭାରତ ସହ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ବଦ୍ଧ ପରିକର। ଏହାପରେ ମୋଦି ଭାରତ ଓ ନେପାଳ ମଧ୍ୟରେ କ୍ରସ ବର୍ଡର କନେକଟିଭିଟି ପରିଯୋଜନା ଉପରେ କାମ ହେଉଥିବା କହିଥିଲେ। ଏହାସହ ନେପାଳ ଭୂକମ୍ପ କଥା ମଧ୍ୟ ଉଠାଇଥିଲେ ମୋଦି। ଏହାପରେ ନେପାଳ ପ୍ରଧାନମନ୍ତ୍ରୀ ଓଲି କହିଥିଲେ, ଏବେ ସମୟ ଆସିଛି ଭାରତ-ନେପାଳ ମଧ୍ୟରେ ବହୁ ଦିନରୁ ପଡି ରହିଥିବା ଅନେକ ସମସ୍ୟାକୁ ନେଇ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ବାହାର କରାଯିବ।

Share