Posted inଜାତୀୟ

ସହମତି ବୟସ ୧୬କୁ କମାଅ ନାହିଁ

ନୂଆଦିଲ୍ଲୀ,୩୦ା୯: ଭାରତରେ ସହମତି ବୟସ ୧୮ ବର୍ଷ ରହିଛି। କିଶୋର ଯୌନ ସମ୍ପର୍କକୁ ନେଇ ବିତର୍କ ଜାରି ରହିଥିବାବେଳେ ୨୨ତମ ଲ’ କମିଶନ ନିଜ ରିପୋର୍ଟରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସର୍ବନିମ୍ନ ବୟସକୁ ୧୬କୁ କମାଇବାକୁ ବିରୋଧ କରିଛନ୍ତି। କମିଶନ ବୁଧବାର ଆଇନ ମନ୍ତ୍ରଣାଳୟରେ ଉକ୍ତ ରିପୋର୍ଟ ଦାଖଲ କରିଛନ୍ତି।
କମିଶନ ନିଜ ରିପୋର୍ଟରେ କେତୋଟି ସୁପାରିସ କରିଛନ୍ତି। ପୋକ୍ସୋ ଆଇନରେ ସହମତି ବୟସ ସୀମା ହ୍ରାସ କରାଯିବା ଅନୁଚିତ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପୋକ୍ସୋ ଆଇନ, ୨୦୧୨ ଅନୁସାରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ସହ କୌଣସି ପ୍ରକାର ଯୌନ ଆଚରଣ କଲେ ତାହା ଅପରାଧର ପର୍ଯ୍ୟାୟଭୁକ୍ତ। ନାବାଳକ ଓ ନାବାଳିକାଙ୍କ ସହମତିରେ ଉଭୟଙ୍କ ଯୌନ ସମ୍ପର୍କକୁ ମଧ୍ୟ ଅପରାଧ ବିବେଚନା କରାଯାଇଥାଏ। ୨୦୧୨ ନଭେମ୍ବରରେ ଶାରୀରିକ ସମ୍ପର୍କର ସର୍ବନିମ୍ନ ବୟସ ୧୬ରୁ ୧୮କୁ ବୃଦ୍ଧି କରାଯାଇଥିଲା। ଏହି ଆଇନ ଅନୁସାରେ ମହିଳାଙ୍କ ବୟସ ୧୮ରୁ କମ୍‌ ହୋଇଥିଲେ ତାଙ୍କ ସହମତିରେ ହେଉ କି ବିନା ସହମତିରେ ତାଙ୍କ ସହ ଯୌନ ସମ୍ପର୍କ ରଖିଲେ ତାକୁ ‘ବଳାତ୍କାର’ ରୂପେ ଧରାଯିବ। ନିକଟରେ ସୁପ୍ରିମକୋର୍ଟ ଏବଂ ନାଗରିକ ସମାଜ ସଙ୍ଗଠନଗୁଡ଼ିକ କିଶୋରଙ୍କ ମଧ୍ୟରେ ସମ୍ପର୍କର ଅପରାଧୀକରଣକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ୨୦୨୨ ଡିସେମ୍ବରରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ସହମତି ବୟସ ଉପରେ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ଆଇନ ପ୍ରଣେତାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ଅନେକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ମଧ୍ୟ ଏନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରିତୁରାଜ ଅଓ୍ବସ୍ତି ଅଧ୍ୟକ୍ଷତା କରୁଥିବା ଲ’ କମିଶନ କହିଛନ୍ତି, ଏହି ଆଇନର ସବୁ ଦିଗ ଏବଂ ମିଳିଥିବା ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରାଯାଇଛି। ସହମତି ବୟସ କମାଇଲେ ବାଲ୍ୟବିବାହ ଓ ଶିଶୁ ଚାଲାଣ ନିରୋଧୀ ଅଭିଯାନ ଉପରେ ପ୍ରତ୍ୟକ୍ଷ ତଥା ନକାରାମତ୍କ ପ୍ରଭାବ ପଡ଼ିବ। ତେଣୁ ଅଦାଲତଗୁଡ଼ିକ ଏହି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍‌ଲାଇନ ଏଫ୍‌ଆଇଆର୍‌ ପଞ୍ଜୀକରଣକୁ ଗୁରୁତ୍ୱ

ଲ’ କମିଶନ ଆଇନ ମନ୍ତ୍ରଣାଳୟରେ ବୁଧବାର ଦାଖଲ କରିଥିବା ରିପୋର୍ଟ ଶୁକ୍ରବାର ସାର୍ବଜନୀନ ହୋଇଛି। ଦେଶରେ ଅନ୍‌ଲାଇନ୍‌ ଜରିଆରେ ଇ-ଏଫ୍‌ଆଇଆର୍‌ ପଞ୍ଜୀକରଣ ପାଇଁ ଏଥିରେ ସୁପାରିସ କରାଯାଇଛି। ପ୍ରଥମେ ୩ ବର୍ଷ ଜେଲ ଦଣ୍ଡାଦେଶ ହେଉଥିବା ଅପରାଧ କ୍ଷେତ୍ରରେ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ ମାମଲାଗୁଡ଼ିକୁ ଅନ୍‌ଲାଇନ୍‌ରେ ରୁଜୁ କରିବା ପାଇଁ ଏଥିରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏକ କେନ୍ଦ୍ରୀଭୂତ ଜାତୀୟ ପୋର୍ଟାଲ ଖୋଲିବାକୁ ମଧ୍ୟ ଲ’ କମିଶନ କହିଛନ୍ତି। ଇ-ଏଫ୍‌ଆଇଆର୍‌ କରାଯିବା ଦ୍ୱାରା ଏତଲା ପଞ୍ଜୀକରଣରେ ବିଳମ୍ବ ସମସ୍ୟା ଦୂର ହେବ। ଏଥିସହ ନାଗରିକମାନେ ବେଳ ଥାଉ ଥାଉ ଅପରାଧ ସମ୍ପର୍କରେ ରିପୋର୍ଟ କରିପାରିବେ। ବର୍ତ୍ତମାନର ପୁରୁଣାକାଳିଆ ବ୍ୟବସ୍ଥାରେ ଏସବୁ ସମ୍ଭବ ହୋଇପାରୁ ନ ଥିବାରୁ ଇ-ଏଫ୍‌ଆଇଆର୍‌ ଉପରେ ଗୁରୁତ୍ୱ ଦେବା ପାଇଁ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲଙ୍କୁ ଲେଖିଥିବା ପତ୍ରରେ ଲ’ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ରିତୁରାଜ ଅଓ୍ବସ୍ତି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri