ସଲମାନ୍‌ଙ୍କ ଭଣଜା ଅବଦୁଲ୍‌ଙ୍କ ପରଲୋକ: ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ ‘ତୁମକୁ ସବୁବେଳେ ଭଲ ପାଇବି’

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ଭଣଜା ଅବଦୁଲ ଖାନ୍‌ଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦ୍‌ଜନିତ ସମସ୍ୟା ଯୋଗୁ କିଛିଦିନ ହେଲା ସେ କୋକିଳବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ଶନିବାର ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ସଲମାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅବଦୁଲ୍ଲାଙ୍କ ସହିତ ତାଙ୍କର ଏକ ଫଟୋକୁ ସଲମାନ ସୋସିଆଲ ମିଡିଆରେ ଶେୟାର କରିବା ସହିତ ‘ତୁମକୁ ସବୁବେଳେ ଭଲ ପାଇବି’ ବୋଲି ଲେଖିଛନ୍ତି।

Share