Categories: ବାଣିଜ୍ୟ

ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ରବିବାର ୧୩୭ ଯାତ୍ରାରେ ଅସୁବିଧା ହୋଇଛି। ରବିବାର ଉଡ଼ାଣରେ ୧୯୭ ମିନିଟ ବିଳମ୍ବ ହେବା କାରଣରୁ ଯାତ୍ରୀ ହଟହଟା ହୋଇଛନ୍ତି। ପ୍ରଯୁକ୍ତିଗତ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଚେକ୍‌-ଇନ୍‌, ବ୍ୟାଗେଜ ଏବଂ ସଂରକ୍ଷଣ ସଫ୍ଟଓ୍ବେର ଠିକ୍‌ ଭାବେ ଚାଲି ନ ଥିଲା। ଶନିବାର ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସ ସିଷ୍ଟମ ସଫ୍ଟଓ୍ବେରରେ ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁ  ପୂର୍ବାହ୍ନ ସାଢ଼େ ୩ଟାରୁ ସକାଳ ୮.୪୫ଟା ଯାଏ କାରବାର ଅଟକି ଯାଇଥିଲା। ସୂଚନାଥାଉ କି, ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଦୈନିକ ୬୭୪ ଉଡ଼ାଣ ଭରିଥାଏ।

Share