Categories: ଜାତୀୟ

ସର୍ବାଧିକ ବିଳମ୍ବରେ ଫେରୁଛି ମୌସୁମୀ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଦକ୍ଷିଣପଶ୍ଚିମ ମୌସୁମୀ ବୁଧବାରଠାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନରେ ସର୍ବାଧିକ ବିଳମ୍ବ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ପଞ୍ଜାବ, ହରିୟାଣାର କେତେକ ଅଞ୍ଚଳ ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଏହିସବୁ ଅଞ୍ଚଳରୁ ସାଧାରଣତଃ ସେପ୍ଟେମ୍ବର ୧ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ପୂର୍ବରୁ ୧୯୬୧ ଅକ୍ଟୋବର ୧ ଏବଂ ୨୦୦୭ ସେପ୍ଟେମ୍ବର ୩୦ରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଏଥର ସବୁ ରେକର୍ଡକୁ ଟପିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଉତ୍ତରପଶ୍ଚିମ ଭାରତର ଅଧିକ ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share