Posted inରାଜ୍ୟ

ସରିଲା ସାଧାରଣ ନିର୍ବାଚନ, ଏବେ ପୌର ନିର୍ବାଚନ ଉପରେ ନଜର

ପାରାଦୀପ,୬ା୬(ସ୍ବ.ପ୍ର.): ସାଧାରଣ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତା ଏବେ ଏକ ପ୍ରକାର ଶାନ୍ତ ପଡିଲାଣି। ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେଇସାରିଲେଣି। ସେହି ଉଷ୍ମତା ପ୍ରଶମିତ ହେବା ପରେ ଏବେ ରାଜ୍ୟରେ ପୌର ନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ ହେଲାଣି। ଅର୍ଥାତ୍‌ ଗତବର୍ଷଠାରୁ ଖାଲି ପଡ଼ିଥିବା ୯୮ ପୌର ପରିଷଦ/ବିଜ୍ଞପିତ ଅଞ୍ଚଳ ଓ ୨୦୨୦ରେ ହେବାକୁ ଥିବା ୭ ପୌର ପରିଷଦ/ବିଜ୍ଞପିତ ଅଞ୍ଚଳ ନିର୍ବାଚନ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନିଜ ଅଞ୍ଚଳରେ ଥିବା ପୌରପାଳିକା/ଏନ୍‌ଏସି ପାଇଁ କର୍ମୀମାନେ ନୂତନ ବିଧାୟକଙ୍କ ଆଗରେ ପ୍ରସ୍ତାବ ରଖିଲେଣି। ଅନ୍ୟପକ୍ଷରେ ଉକ୍ତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଓ ରାଜ୍ୟ ସରକାରଙ୍କ ପୂର୍ବଘୋଷିତ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଅଧାରେ ରହିଛି। ଉକ୍ତ ସମସ୍ତ ଆଇନଗତ କଟକଣା ଓ ଅଧ୍ୟକ୍ଷ ଚୟନ ପ୍ରସଙ୍ଗ ଏବେ ନଗର ଉନ୍ନୟନ ବିଭାଗ ପାଖରେ ଅଟକିଛି। ଏ ସମସ୍ତ ପ୍ରକ୍ରିୟାକୁ ନେଇ ଏବେ ପୌରାଞ୍ଚଳର ଆଶାୟୀ କାଉନ୍‌ସିଲର ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ସୂଚନାଯୋଗ୍ୟ, ପୌରାଞ୍ଚଳରେ ଆସନ ସଂରକ୍ଷଣ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଯିବା ପରେ ୯୮ ପୌରାଞ୍ଚଳର ନିର୍ବାଚନ ଅଟକିରହିଛି। ସେହି ସ୍ଥାନରେ ଏବେ ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱରେ ଅଛନ୍ତି। ମହିଳା ଆସନ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇସାରିଛନ୍ତି। ଏହାବାଦ୍‌ ୭ ପୌରାଞ୍ଚଳ/ଏନ୍‌ଏସିର କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୧୭ରେ ସରିବ। ସେହି ୭ଟି ହେଲା ପାରାଦୀପ, ପଟ୍ଟାମୁଣ୍ଡଶଇ, ସୁନାବେଡା, ବେଲପାହାଡ, ପାରଳାଖେମୁଣ୍ଡି, ହିନ୍ଦୋଳ ଓ ବଡ଼ବିଲ। ଧାର୍ଯ୍ୟ ଦିନର ୨ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଆଉ ୮ ମାସ ପରେ ପ୍ରକ୍ରିୟା ଆରମ୍ଭ ହେବ। ଉକ୍ତ ନିର୍ବାଚନକୁ ନେଇ ପାରାଦୀପରେ ଗୋଟି ଚାଳନା ଆରମ୍ଭ ହେଲାଣି। ପୂର୍ବରୁ ବିଧାୟକ ଥିବା ଦାମୋଦର ରାଉତ ଉକ୍ତ ନିର୍ବାଚନରେ ବିଜେଡି ପାଇଁ ସମସ୍ତ ନିଷ୍ପତ୍ତି ନେଇଥାନ୍ତି। ଏବେ ଦାମଙ୍କ ବଦଳରେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ନୂଆ ବିଧାୟକ ହୋଇଛନ୍ତି। ତେଣୁ ସେ କିଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାର ଅଛି। ୨୦୦୪ରୁ ପୌରଶାସନ ବିଜେଡି କବ୍‌ଜାରେ ରହିଛି। କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା। ୨୦୧୫ ପୌର ନିର୍ବାଚନରେ ଭାଜପା ଗୋଟିଏ ଓ୍ବାର୍ଡ ହାତେଇଥିଲା ଓ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଜଣେ କଂଗ୍ରେସ କାଉନସିଲର ବିଜେଡିରେ ମିଶିଛନ୍ତି। ସେପଟେ ଏକମାତ୍ର ଭାଜପା କାଉନସିଲର କଂଗ୍ରେସରେ ମିଶିଛନ୍ତି। ଏମିତି ଦେଖିଲେ ରାଜନୀତି ଏକ ପ୍ରକାର ଗୋଳିଆ ରହିଛି। ଆଉ ଏକ କଥା ହେଲା ପାରାଦୀପ ପୌରାଞ୍ଚଳର ସମ୍ପ୍ରସାରଣ। ୨୦୧୫ରୁ ପାରାଦୀପ ପୌରାଞ୍ଚଳରେ ଇଫ୍‌କୋ, ଏସାରଷ୍ଟିଲ, ୨ଟି କାର୍ବନ କାରଖାନା, ତୈଳ ବିଶୋଧନାଗାର ସମେତ ନୂଆଗଡ଼ ଓ ପାରାଦୀପ ଗଡ଼ ପଞ୍ଚାୟତର କିଛି ଅଞ୍ଚଳ ସାମିଲ ହେବାର ଫାଇଲ ନଗର ଉନ୍ନୟନ ବିଭାଗରେ ପଡ଼ିରହିଛି। ପୂର୍ବତନ ବିଧାୟକଙ୍କ ଦମ୍ଭୋକ୍ତି ଓ କେତେକ ସଙ୍ଗଠନର ବିରୋଧ ଯୋଗୁ ମିଶ୍ରଣ ସମ୍ପ୍ରସାରଣ ସମସ୍ୟା ସମାଧାନ ହୋଇନାହିଁ। ୨୦୨୦ ପୌର ନିର୍ବାଚନ ପୂର୍ବରୁ ତାହା ସମ୍ଭବ ହେବ କି ନାହିଁ ତାହା ଅନିଶ୍ଚିତତାରେ ରହିଛି। ପୌରାଞ୍ଚଳ ସମ୍ପ୍ରସାରଣ ନ ହେବା ଫଳରେ ଉଦୟ ବିହାରରେ ଥିବା ୫୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। କାରଣ ଗତ ୧୦ ବର୍ଷ ମଧ୍ୟରେ ସୃଷ୍ଟ ଏହି କଲୋନୀ ପଞ୍ଚାୟତ କିମ୍ବା ପୌର ପରିଷଦରେ ସାମିଲ ହୋଇନାହିଁ। ଶିଳ୍ପଗୁଡିକ ପୌରାଞ୍ଚଳରେ ସାମିଲ ହୋଇ ନ ଥିବା ଯୋଗୁ ସେହି ଅଞ୍ଚଳରେ ପୌରସେବା ପହଞ୍ଚତ୍ ପାରୁନାହିଁ କି ସେମାନେ ଟିକସ ଦେଉନାହାନ୍ତି। ଏମିତି ଅନେକ ଅଡୁଆ ପୌର ନିର୍ବାଚନ ପାଇଁ ରହିଛି। ତାହାକୁ ଏବେର ସରକାର କିପରି ସମାଧାନ କରୁଛନ୍ତି ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri