ସରିଲା ମିଶନ ଶକ୍ତି ମେଳା:୬ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀରେ ଆୟୋଜିତ ‘ମିଶନ ଶକ୍ତି ମେଳା’ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ପାଇଁ ଆୟୋଜିତ ଏହି ମେଳାରେ ମୋଟ ୬ କୋଟି ୫୫ ହଜାର ଟଙ୍କାର ସାମଗ୍ରୀ ବିକ୍ରିବଟା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍‌ଯାପନୀ ସମାରୋହରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉପତ୍ାଦକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଏହି ମେଳା ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରଚେଷ୍ଟା ବୋଲି କହିଥିଲେ। ଗ୍ରାମ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଉପତ୍ାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କ ପ୍ରାଥମିକତା ଆଧାରରେ ପଦାର୍ଥଗୁଡିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇଥିବା ସେ କହିଥିଲେ।
ଉଦ୍‌ଯାପନୀ ସମାରୋହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରିବଟା ଓ ପ୍ରଚାର ପ୍ରସାର ପାଇଁ ମିଶନ ଶକ୍ତି ଏବଂ ଟାଟା ଷ୍ଟିଲ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା। ଏହା ମାଧ୍ୟମରେ ଖୁବ୍‌ଶୀଘ୍ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଅନ୍‌ଲାଇନ୍‌ ବିକ୍ରୟ ପାଇଁ ସ୍ବତନ୍ତ୍ର ମିଶନ୍‌ ଶକ୍ତି ପୋର୍ଟାଲ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ୩୦୦ ମହିଳା ଉପତ୍ାଦକ ଗୋଷ୍ଠୀକୁ ସୁଦୃଢ଼ କରିବାକୁ ମିଶନ ଶକ୍ତି, ଓର୍‌ମାସ୍‌ ସହିତ ଚୁକ୍ତି କରିଥିବାବେଳେ ଏବେ ଏହି ନୂତନ ଚୁକ୍ତି ଦ୍ୱାରା ରାଜ୍ୟରେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ। ସେହିଭଳି ବର୍ଷସାରା ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ଉପଲବ୍ଧ କରାଇବା ପାଇଁ ଗଣ୍ଡମୁଣ୍ଡା ନିକଟରେ ୬୪ ଦୋକାନଗୃହ ବିଶିଷ୍ଟ ସ୍ଥାୟୀ ମିଶନ ଶକ୍ତି ବଜାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। କାର୍ଯ୍ୟକ୍ରମରେ ମିଶନ୍‌ ଶକ୍ତିର ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ମିଶନ୍‌ ଶକ୍ତି ନିର୍ଦ୍ଦେଶାଳୟ କମିଶନର ତଥା ନିର୍ଦ୍ଦେଶିକା ସୁଜାତା ଆର୍‌ କାର୍ତ୍ତିକେୟନ୍‌, ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମେଳାରେ ମୋଟ ୨୦୨ ଷ୍ଟଲରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା। ଏହାବ୍ୟତୀତ ୧୨ ଷ୍ଟଲରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri