ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ। ପରେ ସ୍ମେଲଟରରେ ସ୍ବୀକୃତିପ୍ରାପ୍ତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ଶ୍ରମିକ ସଙ୍ଗଠନ ଗୁଡ଼ିକ ସଜବାଜ ହେଲେଣି। କିଭଳି ସେମାନଙ୍କ ସଙ୍ଗଠନ ବାଜିମାତ୍‌ କରିବ ସେଥିପାଇଁ ତତ୍ପରତା ଦେଖାଦେଲାଣି।
ନାଲ୍‌କୋ ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ, ନେସ୍‌ ସଙ୍ଗଠନ, ନେପୁ, ଏନ୍‌କେଏସ୍‌, ନାଲକୋ ସ୍ମେଲଟର ଶ୍ରମିକ ସଂଘ ଆଦି ୫ଟି ଶ୍ରମିକ ସଙ୍ଗଠନ ରହିଛି। କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ଏହି ନିର୍ବାଚନ ହୋଇଥାଏ। ୨୦୧୭ ସେପ୍ଟେମ୍ବରରେ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୁମିନିୟମ ମଜଦୁର ସଂଘ ୧୦୭୦ ଭୋଟ ପାଇ ବାଜିମାତ କରିଥିଲା। ତେବେ ନେସ୍‌ ସଙ୍ଗଠନ ୯୬୧ ପାଇଥିଲା। ଗତ ନିର୍ବାଚନରେ ସ୍ମେଲଟର ପ୍ଲାଣ୍ଟରେ ୨୪ ଶହ ଭୋଟର ରହିଥିଲେ। ତେବେ ଆଗାମୀ ନିର୍ବାଚନରେ ପ୍ରାୟ ୨୧ ଶହ ଭୋଟର ରହିଥିବା ସୂଚନା ମିଳିଛି। ନାଲକୋ କଲୋନୀ ସମେତ ପାରିପାର୍ଶ୍ୱିକ ଅଞ୍ଚଳରେ ନିର୍ବାଚନୀ ଉଷ୍ମତା ଦେଖାଦେଇଥାଏ। ଭୋଜି ଭାତର ଆସର ଜମିବା ସହ ପ୍ରଚାର ପ୍ରସାର ଜୋରଦାର ହୋଇପଡ଼େ। ଉକ୍ତ ୫ଟି ଶ୍ରମିକ ସଙ୍ଗଠନ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହେବେ। ଭାରତୀୟ ମଜଦୁର ସଂଘ ସହବନ୍ଧିତ ଏଏମ୍‌ଏସ୍‌, ଆଇଏନ୍‌ଟିୟୁସି ସହବନ୍ଧିତ ନେସ୍‌, ଏଚ୍‌ଏମ୍‌ଏସ୍‌ ସହବନ୍ଧିତ ନେପୁ ତିନି ପ୍ରମୁଖ ଶ୍ରମିକ ସଙ୍ଗଠନ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri