ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶା ମୋଟର୍‌ ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବହୁ ସଂଖ୍ୟାରେ ଗାଡ଼ି ଚାଳକ ପୁରୁଣା ବସ୍‌ଷ୍ଟାଣ୍ଡରେ ଏକାଠି ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସଂଘର ବିଭିନ୍ନ ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଦେଶ ଗଠନରେ କାର୍ଯ୍ୟ କରୁଥିବା ଟ୍ରକ୍‌, ବସ୍‌ ଓ ଟ୍ୟାକ୍ସି ଚାଳକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶ ପ୍ରଗତି ତଥା ରାଜ୍ୟର ଅର୍ଥନୈତିକ ପ୍ରଗତିର ବାହକ ହେଉଛନ୍ତି ଚାଳକ । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ସମସ୍ତ ଜିନିଷପତ୍ର ପହଞ୍ଚାଇବାରେ ଏବଂ ଆଶୁ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ସହ ଲୋକଙ୍କୁ ନେବା ଆଣିବାରେ ଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଦିନରାତି ନିରନ୍ତର କାର୍ଯ୍ୟ କରୁଥିବା ଚାଳକଙ୍କ ପାଇଁ ସରକାରଙ୍କ କୌଣସି ସୁବିଧା ନାହିଁ । ଜୀବନ ଜୀବିକା ସର୍ବଦା ସୂତାଖିଅରେ ଝୁଲୁଛି । ଅବହେଳିତ ଭାବେ ଜୀବନ କାଟୁଛନ୍ତି। କର୍ମକ୍ଷେତ୍ରରେ ଚାକିରିର ସ୍ଥାୟିତ୍ୱ ନାହିଁ । କାର୍ଯ୍ୟ କରିବାର ସମୟ ସ୍ଥିର ନୁହେଁ, ବିଶ୍ରାମ ମଧ୍ୟ ନାହିଁ । ସେମାନଙ୍କ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇପାରୁନାହାନ୍ତି। ମୁଣ୍ଡଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନିର୍ମାଣ କରିବାକୁ ପାଖରେ ଟଙ୍କା ନାହିଁ । ଓଲଟି ଚାଳକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଜରିମାନା ଲଦି ଦିଆଯାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏଥି ସହ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଛି । ବ୍ରହ୍ମପୁର ସହରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ, ଚାଳକଙ୍କ ପାଇଁ ସ୍ଥାୟୀ କାର୍ଯ୍ୟାଳୟ, ବିଶ୍ରାମ ଗୃହ, ଆଲୋକ ବ୍ୟବସ୍ଥା ଏବଂ ଶୌଚାଳୟ ନିର୍ମାଣ, ସମସ୍ତ ଚାଳକଙ୍କୁ ଶ୍ରମ ବିଭାଗରେ ପଞ୍ଜୀକରଣ ସହ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ ଏବଂ ଅଣସଂଗଠିତ ଚାଳକଙ୍କ କଲ୍ୟାଣ ପାଇଁ ଆଇନ୍‌ ପ୍ରଣୟନ ସହ କଲ୍ୟାଣ ପାଣ୍ଠି ଗଠନ କରିବାକୁ ସଂଘ ପକ୍ଷରୁ ଉପଜିଲାପାଳଙ୍କ ପାଖରେ ଦାବି ରଖାଯାଇଥିଲା । ସଂଘ ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ, ଉପସଭାପତି ନୀଳମାଧବ ପାଠୀ, ସମ୍ପାଦକ ଧୋବା ଗୌଡ଼, ସହସମ୍ପାଦକ ଦିଲେଶ୍ୱର ଦାସ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଉପକୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରସାଦ ରାଓ, ଦିଲୀପ କୁମାର ରାଓ, ଟୁନା ମହାରଣା, ପୁରୁଷୋତ୍ତମ ଗୌଡ଼, ପଦ୍ମନାଭ ବେହେରା, ଶ୍ରୀନିବାସ ସାହୁ ଓ ହରି ବେହେରାଙ୍କ ସମେତ ବହୁ ଚାଳକ ଏଥିରେ ଯୋଗ ଦେଇଥିଲେ । ରାଲିରେ ଚାଳକମାନେ ଟ୍ରାଫିକ ସଚେତନତା ସ୍ଲୋଗାନ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri