ସରକାରୀ ଯୋଜନା ବାଟ୍‌ବନା: ଦୁରଦିନ୍‌ରେ ଦମୟନ୍ତୀକଁର ପରିବାର

 

କେସିଙ୍ଗା, ୧୭।୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ ଅଧୀନ ରିଗିଡ଼ିମାଲ ପଡ଼ର ବିଧବା ମହିଲା ଦମୟନ୍ତୀ ଜାନୀ। ସେ ୨ ବଛର ତଲେ ଆପ୍‌ନେ ଅଜିତ ଜାନୀକୁଁ ହରେଇଛନ୍‌। ଏନ୍‌ତାଥି ସେ ଦୁଇ ପୁଓକୁ ଧରି ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ଇଆଡ଼େ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ରିଗିଡ଼ିମାଲ ପଡ଼ାର ବିଧବା ମହିଲା ଦମୟନ୍ତୀ ଜାନୀ(୨୯)କଁର ପରିବାର କହେଲେ ପୁଓ ଧର୍ମାନନ୍ଦ(୭) ଆର ଓମପ୍ରକାଶ(୪)କେ ନେଇ ସଁସାର। ୨ ବଛର ତଲେ ଆପ୍‌ନେ ଅଜିତ ଜାନୀ କିଡ୍‌ନୀ ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ସଖାଲ ପାଏଲେ ଦମୟନ୍ତୀ ପରହର ଗୁତି କରି ଯାହା ଆନୁଛନ୍‌ ସେଥ୍‌ରେ ଛୁଆକୁ ପାଲପୋଷ କରବାର ସଂଗେ ପାଠ୍‌ ପଢ଼ଉଛନ୍‌। ବଡ଼ ପୁଓ ଧର୍ମାନନ୍ଦ ଗଁାରୁ ଏକ କି.ମି. ଦୂରିଆ କନ୍ଦେଇମାଲ ପ୍ରାଥମିକ ସ୍କୁଲକେ ପଢ଼ି ଯାଉଛନ୍‌। ସେନ୍‌ତା ସାନ୍‌ପୁଓକେ ଧରି ଦମୟନ୍ତୀ ପରହର କାମ୍‌ବୁତା କରୁଛନ୍‌। ହେଲେ ଦମୟନ୍ତୀ ଆଏଜ୍‌ତକ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ନାଇଁପାଇ। ସେନ୍‌ତା ବିଧବା ଭତାର ଲାଗି ପଁଚେତ୍‌କେ ଦଉଡ଼ି ଦଉଡ଼ି ନିରାଶ ହେଇଥିବାର ସେ ଅଭିଯୋଗ କହିଛନ୍‌। ସବୁଥିରୁ ଦୁଖର କଥା ଗଲା ମାସୁ ଉତ୍କେଲା ପଁଚେତ୍‌ରୁ ପରିବାର ପାଉଥିବାର ୧୦ କେ.ଜି. ଚାଉଲ ବି ବଁଦ୍‌ ହେଇଯାଇଛେ। ଏନ୍‌ତାଥି ୩ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ଯେନ୍‌ମାନକର ପକାଘର ଅଛେ ସେମାନକୁ ଆବାସ ଯୋଜନାରେ ସାମିଲ କରାଯାଉଛେ, ପିଡିଏସ୍‌ ଚାଉଲ ଆର କାଳିଆ ଟଁକା ଦିଆଯାଉଛେ। ହେଲେ ଆମର ଲେଖେଁ ନିହାତି ଗରିବ୍‌ ଦୁଖିକୁ ରାଏଜ୍‌ ସରକାର, ପରଶାସନ ଅନ୍‌ଦେଖା କରୁଛେ ବଲି ଦମୟନ୍ତୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଉତ୍କେଲା ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀକୁଁ ପଚ୍‌ରାଲାରୁ ଜାନୁୟାରୀରୁ ଦମୟନ୍ତୀକୁଁ ବିଧବା ଭତା ମିଲବା, ପିଡିଏସ୍‌ ଚାଉଲ ବାବ୍‌ଦେ ଯୋଗାଣ ବିଭାଗକେ ପଚ୍‌ରାବାକେ ପଡ଼ବା ବଲି ସେ କହିଥିଲେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ସାମିଲ କରବାର ସଂଗେ ମାସିକ ୩୫ କେ.ଜି. ଚାଉଲ ଆର ଦମୟନ୍ତୀକୁଁ ବିଧବା ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri