ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ରଣପୁର,୮ା୩(ସ୍ବ.ପ୍ର.): ଗୌରାଙ୍ଗପୁର ପ୍ରାଥମିକ କୃଷି ସମବାୟ ସମିତି ପଛପାଖରେ ଥିବା ୬୨/୬୯ନଂ. ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୌରାଙ୍ଗପୁରର ମହିଳାପୁରୁଷ ଧାରଣା ଦେଇଥିଲେ। ଖବର ପାଇ ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏ ନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରବୀନ୍ଦ୍ର ବେହେରା ସରକାରୀ ଜମିରେ ଘର କରି ନିଶା ଦ୍ରବ୍ୟ ବିକ୍ରି କରୁଥିଲେ। ଦୁଇଥର ଗିରଫ ମଧ୍ୟ ହୋଇଛନ୍ତି। ନିଶା ଦ୍ରବ୍ୟ ବିକ୍ରି କରିବାକୁ ବାରମ୍ବାର ମନା ପରେ ମଧ୍ୟ ଗଁା ଲୋକଙ୍କ କଥା ଶୁଣି ନ ଥିଲେ। ଜବରଦଖଲକୁ ନେଇ ଗଁାରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିସ୍ଥଳେ ୨ବର୍ଷ ମଧ୍ୟରେ ସରକାରୀ ଜମି ଛାଡିବାକୁ ୨୦୧୧ ଜୁନ ୧୦ରେ ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲା। ତେବେ ୨୦୧୩ ଜୁନ ୧୦ରେ ସେ ସରକାରୀ ଜମି ଛାଡି ନ ଥିଲେ। ଏ ସମ୍ପର୍କରେ ଗ୍ରାମର ରିଜୋଲ୍ୟୁଶନରେ ଉଲ୍ଲେଖ ରହିଛି। ଏ ନେଇ ୨୦୧୪ ସେପ୍ଟେ୍‌ମ୍ବର୨ରେ ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ସ୍ଥାନୀୟ ଆର୍‌ଆଇ ଏହାର ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତେବେ ଜବରଦଖଲକାରୀଙ୍କୁ ନ ହଟାଇ ୫୩/୨୦୧୪-୧୫ରେ ଏନ୍‌କ୍ରୋଚ୍‌ମେଣ୍ଟ କେସ୍‌ କରାଯାଇଥିଲା। ଏହା ପରେ ଜବରଦଖଲକାରୀ ସରକାରୀ ଜମି ଛାଡୁ ନାହାନ୍ତି। ଏ ନେଇ ଗୌରାଙ୍ଗପୁରର ରବୀନ୍ଦ୍ର ବେହେରା କୁହନ୍ତି, ମୁଁ ନିଶା ବ୍ୟବସାୟ କରେନା। ମୁଁ ଅନ୍ୟତ୍ର ଯିବାକୁ ଦସ୍ତଖତ କରି ନାହିଁ । ମୋତେ କଙ୍ଗାରୁ କୋର୍ଟ କରି ବାସନ୍ଦ କଲେ। ପରେ ମୋ ଘର ଭାଙ୍ଗିଦେଲେ। ଘରର ଉପକରଣ ସହ ବାକ୍ସରେ ରଖିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୩୫ ହଜାର ଟଙ୍କା ମଧ୍ୟ ଲୁଟି ନେଲେ। ଏହା ପରେ ମୋ ବିରୋଧରେ ମିଥ୍ୟା ଅଭିଯୋଗ କରି ମୋତେ ଫସାଇବାକୁ ଉଦ୍ୟମ କରିଛନ୍ତି। ଘର ଭାଙ୍ଗିଲା ପରେ କିପରି ପୁଣି ଜବରଦଖଲ ଉଚ୍ଛେଦ ହେବ। ମୁଁ ଏବେ ଖରା, ବର୍ଷା, ଶୀତରେ ଭଙ୍ଗା ଘରେ ରହୁଛି। ମୋ ଦୁଃଖ କେହି ବୁଝୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri