ସରକାରଙ୍କ ନିୟମକୁ ବେଖାତିର: ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର

ନରାଜ,୨୭ା୬(ଡି.ଏନ୍‌.ଏ.): ଅକ୍ଟୋବର ୨୦୧୮ରେ ସରକାର ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ। ହେଲେ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ବ୍ୟବହାର ଓ ବିକ୍ରି ହେଉଥିବା ଦେଖିବାକୁ ମିଳଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କଟକ ଓ ଭୁବନେଶ୍ୱର ମଧ୍ୟରେ ବାରଙ୍ଗ ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ମ୍ୟୁନିସିପାଲିଟିରେ ଯାଉ ନାହିଁ। ଫଳରେ ସବୁ ସ୍ଥାନରେ କୁଢକୁଢ ପଲିଥିନ ଗଦା ହୋଇଥିବା ବେଳେ ଅଳିଆ ଉଠାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏହା ସହ ବିଭିନ୍ନ ସଙ୍ଗଠନ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ କରି ସଚେତନ କରାଉଥିଲେ ମଧ୍ୟ ତାହାର ସୁଫଳ ମିଳୁନି। ଏପରି କି ଚାଷ ଜମିରେ ପଲିଥିନ ପଡିବା ଦ୍ୱାରା ମାଟିରେ ନ ମିଶିବା ଫଳରେ ଚାଷଜମି ନଷ୍ଟ ହେଉଛି। ବିଭିନ୍ନ ସମୟରେ ଖାଦ୍ୟ ପଲିଥିନରେ ନେଇ ଲୋକମାନେ ବାହାରେ ଫୋପାଡିବା ଦ୍ୱାରା ତାକୁ ଗୋରୁ ଖାଇ ମୃତ୍ୟୁବରଣ କରୁଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ପଲିଥିନ ବ୍ୟବହାର ଉପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବାରଙ୍ଗ ଅଞ୍ଚଳରେ ପଲିଥିନ ବ୍ୟାନ୍‌ ଆଇନକୁ କଡାକଡି ଲାଗୁ କରିବା ପାଇଁ ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବାରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଆକୁଳ ମଲ୍ଲିକ ଓ ବାରଙ୍ଗ ତହସିଲଦାର ରମେଶଚନ୍ଦ୍ର ଜେନା କୁହନ୍ତି, ପଲିଥିନ ବନ୍ଦ ନେଇ ଆମକୁ କିଛି ଖବର ଦିଆଯାଇ ନାହିଁ କି ଚଢ଼ାଉ ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି ଜାଣି ନ ଥିବା କହିଛନ୍ତି।
କ’ଣ କୁହନ୍ତି ଏମାନେ
ପଲିଥିନ ସହିତ ଲୋକେ ଏପରି ଜଡିତ ହୋଇଗଲେଣି ଯେ ତା’ର କୁପ୍ରଭାବ ଜାଣି ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ସରକାର ଏଥିପ୍ରତି ରୋକ ଲଗାଇଲା ପରେ ମଧ୍ୟ ଠିିକ୍‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କିଛି ଘଟଣା ଘଟିଗଲା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ବେଳହୁଁ ସାବଧାନ ହେବା ଦରକାର।
-ପ୍ରହଲ୍ଲାଦ ମହାନ୍ତି, ସ୍ବେଚ୍ଛାସେବୀ
ପଲିଥିନ ଦୈନଦିନ ଜୀବନରେ ବ୍ୟବହର ଯୋଗୁ ମୃତ୍ତିକା, ବାୟୁ ଓ ଜଳକୁ ପ୍ରଦୂଷିତ କଲାଣି। ଏହାର ବ୍ୟବହାର ପ୍ରତି ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାସୀନତା ଓ ଲୋକ ସଚେତନତା ଅଭାବ। ସମାଜରେ କେବେ ପଲିଥିନ ମୁକ୍ତ ହେବ ଏହା ବର୍ତ୍ତମାନ ସରକାରଙ୍କଠାରୁ ଆଶାକରିବା ଆଶାରେ ରହିବା ପରି ଲାଗୁଛି।
-ଦୁର୍ଯ୍ୟୋଧନ ମାଝି,ସାମାଜିକ କର୍ମୀ
ପଲିଥିନ ବ୍ୟବହାରକୁ ରୋକିବା ପାଇଁ କରାଯାଇଥିବା ଆଇନ ସ୍ବାଗତଯୋଗ୍ୟ ପଦକ୍ଷେପ। ଅସମ୍ଭବ ଲାଗୁଥିବା କାର୍ଯ୍ୟଟି ଲୋକଙ୍କ ଦ୍ୱାରା ଗ୍ରହଣ ହେଉଥିବା ବେଳେ ହଠାତ ତାହା କାହିଁକି ଦିଗହରାହେଲେ ତାହା ବୁଝା ପଡୁନାହିଁ। ଏହାକୁ ତ୍ୱାରାନ୍ବିତ କରିବା ପାଇଁ ପୁନଃ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାସହିତ ଜନସଚେତନତା ସୃଷ୍ଟି କରାଗଲେ ସଫଳତା ହାସଲ ଦୂର ନୁହେଁ। ଆସନ୍ତୁ ସମସ୍ତେ ମିଶି ପଲିଥିନ ବ୍ୟବହାରକୁ ବର୍ଜନ କରିବା।
-ଗଣେଶ୍ୱର ନାୟକ, ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri