ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ ନା ରୁକୁଣା ରଥ ଭଳି ରୋକ୍‌ ଲାଗିବ। ତେବେ ଏସବୁ ଭିତରେ ରଥଯାତ୍ରା ଆୟୋଜନ ଲାଗି ସମସ୍ତ ପ୍ରକ୍ରିୟା ଜାରି ରହିଛି। ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରବିବାର ରାଜ୍ୟ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ଏ ସମ୍ପର୍କରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଯଦି କରୋନାକୁ ନେଇ କିଛି ସମସ୍ୟା ନ ଥିବ ତେବେ ଚିରାଚରିତ ପ୍ରଥାନୁସାରେ ଜନଗହଳିରେ ରଥଯାତ୍ରା ହୋଇପାରେ। ଠିକଣା ସମୟକୁ ଯଦି କରୋନା ସଂକ୍ରମଣ କମି ନ ଥିବ ତେବେ କେବଳ ସ୍ଥାନୀୟ ପୋଲିସ ଓ ସେବାୟତଙ୍କୁ ନେଇ ବିନା ଭକ୍ତରେ ରଥଯାତ୍ରା ହେଉ। କାହାକୁ ଶ୍ରୀକ୍ଷେତ୍ର ଏବଂ ବଡ଼ଦାଣ୍ଡକୁ ଛଡ଼ାଯିବ ନାହିଁ। ଏପରି କି ସ୍ଥାନୀୟ ଲୋକଙ୍କ ଉପରେ କଟକଣା ଲଗାଯିବା ଦରକାର। ନଚେତ ସ୍ଥାନୀୟ ଲୋକଙ୍କ ଛଦ୍ମବେଶରେ ବାହାର ଲୋକ ଆସିଲେ କରୋନା ବ୍ୟାପିବାର ସମ୍ଭାବନା ରହିବ। ଏହାଦ୍ୱାରା ସ୍ଥାନୀୟ ଲୋକ ଦିଲ୍ଲୀ ନିଜାମୁଦ୍ଦିନ ଭଳି ବଦ୍‌ନାମ ହେବେ। କେବଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ କୌଣସି ଭିଆଇପି କିମ୍ବା ରାଜନେତାଙ୍କୁ ଛଡ଼ା ନ ଯାଉ। ସାମାଜିକ ଦୂରତା ପାଇଁ ରଥଖଳାକୁ ଆହୁରି ବଡ଼ କରାଯିବା ଦରକାର। କେବଳ ଦୂରଦର୍ଶନକୁ ପ୍ରସାରଣ ଦାୟିତ୍ୱ ଦିଆଯାଉ ଓ ତା’ ମାଧ୍ୟମରେ ଅନ୍ୟ ଚ୍ୟାନେଲଗୁଡ଼ିକ ପ୍ରସାରଣ କଲେ ବାହାରୁ ବଡ଼ ଭ୍ୟାନ୍‌ କିମ୍ବା ଟେଲିଭିଜନ କର୍ମଚାରୀ ଆସିବେ ନାହିଁ। ଏହାଦ୍ୱାରା ଅଯଥା ଗହଳି ହେବନି। ତେବେ ମହାପ୍ରଭୁଙ୍କ କରୁଣାରୁ ଠିକଣା ସମୟକୁ କରୋନା ଦୂରୀଭୂତ ହୋଇଯାଇଥିବ ବୋଲି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏଭଳି ସମୟରେ ଭକ୍ତମାନେ ସାମାନ୍ୟ ତ୍ୟାଗ କରିବା ଦରକାର ଏବଂ ଗଜପତି ମହାରାଜା ସହଯୋଗ ପାଇଁ ସମସ୍ତଙ୍କୁ ଅନୁରୋଧ କରନ୍ତୁ ବୋଲି ଜଗନ୍ନାଥ ସେନା ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri