Categories: ବାଣିଜ୍ୟ

ସରକାରଙ୍କୁ ପରାମର୍ଶ ଦେଲେ ରଘୁରାମ ରାଜନ

କରୋନା ଭାଇରସ ସମସ୍ୟାରୁ ବାହାରକୁ ବାହାରିକା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସବୁ କାମ କରନ୍ତୁ ବୋଲି ରାଜନ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଭାରତ ବର୍ତ୍ତମାନ ସ୍ବାଧୀନତା ପରଠାରୁ ସବୁଠୁ ବଡ ଆର୍ଥତ୍କ ଜରୁରୀକାଳନୀ ସ୍ଥିତିର ସାମ୍ନା କରୁଛି। ଏହାର ମୁକାବିଲା କରିବା ଲାଗି ବିପକ୍ଷର ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ରହିଛି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା ସମୟରେ ଭାରତର ଅର୍ଥ ବ୍ୟବସ୍ଥା ମଜବୁତ ରହିଥିଲା। ଏହି ସମୟରେ ସ୍ଥିତିକୁ ସମ୍ଭାଳିଥିବା ଲୋକ ବିଶେଷ କରି ପୂର୍ବର ସରକାରରେ ରହିଥିବା ଅନୁଭବି ବ୍ୟକ୍ତିଙ୍କଠାରୁ ମଧ୍ୟ ପରାମର୍ଶ ନେବାକୁ ରାଜନ ମତବ୍ୟକ୍ତ କରିଛନ୍ତି। କରୋନାର ଅଧିକ ପରିକ୍ଷା ଭାରତରେ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଅଧିକ ସମୟ ଲକ୍‌ଡାଉନ ରଖିବା ବ୍ୟବସ୍ଥା ଲାଗି ଅସୁବିଧା ସୃଷ୍ଟି କରିବାକୁ ଥିବା ବେଳେ ଲକ୍‌ଡାଉନ ଖୋଲିବା ପରେ ତୁରନ୍ତ ଭିତ୍ତିରେ ସରକାର ଯୋଜନା ହାତକୁ ନେବା ଉଚିତ। ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ଉପାୟ ଖୋଜିବା ସହ ବିତ୍ତୀୟ ଲୋକଙ୍କ ନିକଟରେ ଯୋଜନାର ଲାଭ କିଭଳି ଠିକ୍‌ ଭାବେ ପହଞ୍ଚିବ ତାକୁ ଦେଖିବା ଜରୁରୀ ବୋଲି ରାଜନ ସ୍ପଷ୍ଟ କରିଛନ୍ତି।

Share