ସରକାରକଁର ସ୍ବଚ୍ଛ ଭାରତ ଅଭିଯାନ ବାଟବନା:ପାଇଖାନା ତିଆରି ନାଁରେ ଟଁକା ହଡ଼ପ

ଜାମଟିକ୍ରା, ୩୧।୫ (ଡି.ଏନ.ଏ): ପରିବେଶକେ ସାଫ୍‌ ସୁତର ରଖ୍‌ବାର ଲାଗି କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କାଯ୍‌କାରୀ କରି କୋଟି କୋଟି ଟଁକା ସାରୁଛନ୍‌। ଇ ଯୋଜନାରେ ଗଁାଗଁଲିରୁ ସହରତକ୍‌ ଲୁକ୍‌କୁ ଘରେ ପାଇଖାନା ତିଆର କରବାର ଲାଗି ୧୨ ହଜାର ଟଁକା ଯୁଗେଇ ଦିଆଯାଉଛେ। ଆମର ରାଏଜେ ଇ ଯୋଜନାକେ ରାଜ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜରିଆରେ କରାଯାଉଛେ। ହେଲେ ବିଭାଗୀୟ ଅଧ୍‌କାରୀମାନକର ଲଁାଚୁଆ ମନଭାବ ଲାଗି ଅନେକ ଜାଗାରେ ଯୋଜନା ବାଟବନା ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକରେ।
ସୂଚନା ହିସାବେ ସ୍ବଚ୍ଛ ଭାରତ ଅଭିଯାନରେ ଅତାବିରା ବ୍ଲକରେ ଅନେକ ଗଁାରେ ପାଇଖାନା ତିଆର କରାଯାଇଛେ। ହେଲେ ପାଇଖାନା ଏତେ ହଲକା କିସମର ହେଉଛେ ଯେ, ପାଖାପାଖି ୯୦ ଭାଗ ପାଇଖାନା ବେଭାର କଲା ଅବସ୍‌ତାରେ ନଁାଇଁନ। ଇତାର ଗୁଟେ ଫଟିକ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକର ବୁଗବୁଗା ପଁଚେତ୍‌ ଖଲିଆପାଲି କୁଡ଼ାପଡ଼ାରେ। ଇଠାନେ ତିଆର ହେଇଥିବାର ପାଇଖାନାମାନ ହିତାଧିକାରୀମାନେ ବେଭାର କରି ନାଇଁପାରୁଥିବାର ଅଭିଯୋଗ କରିଛନ୍‌। ଅନେକ୍‌ ହିତାଧିକାରୀ ତିଆରି ହେଇଥିବାର ନୂତନ ପାଇଖାନା ଘରେ କାଠ୍‌ଖୁଁଟ, ଘରର ସାମାନ, କୁକ୍‌ରା ରଖୁଥିବାର ଦେଖ୍‌ବାକେ ମିଲୁଛେ। ଥାନୀୟ ଠିକାଦାର ଆର ବିଭାଗୀୟ ଅଧ୍‌କାରୀମାନେ ମିଶିଗୁଲି ନାନା ଉପେ କରି ଯୋଜନାରୁ ଟଁକା ଖାଉଥିବାର ଅଭିଯୋଗ ହେଉଛେ। ଏନ୍‌ତା କି ବିନା ପାଇଖାନା ତିଆରିରେ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ସୁରେନ୍ଦ୍ର କଠାରକଁର ପାଇଖାନା ବାବ୍‌ଦେ ଥାନୀୟ ଠିକାଦାର ଆର ବିଭାଗୀୟ କନିଷ୍ଠଯନ୍ତ୍ରୀ ଟଁକା ଖାଇ ଦେଇଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରଲାରୁ ଅଂଚଲର ଦାଇତିଅରେ ଥିବାର ବିଭାଗୀୟ ଜେଇ ସୁରେନ୍ଦ୍ରକୁଁ ଡକେଇ ୧୨ ହଜାର ଟଁକା ଫିରେଇଥିବାର ଜନାଯାଇଛେ। ଅଂଚଲରେ ସୁରେନ୍ଦ୍ରକଁର ଲେଖେଁ ଆହୁରି ଅନେକ ଲୁକ୍‌କର ନଁାରେ ଫରଜି କରି ଟଁକା ହଡ଼ପ କରାଯାଇଥିବାର ଅଂଚଲବାସୀ ସଁଧେ କରୁଛନ୍‌। ସରକାର ପାଇଖାନା ତିଆର ଲାଗି ହିତାଧିକାରୀକୁଁ ୧୨ ହଜାର ଟଁକା ଦେଉଥିଲାବେଲେ ସେଥ୍‌ରୁ ଠିକାଦାର ଆର ଜେଇ ଅଂଘେ ୩ ହଜାର ଟଁକା ଖାଇଯାଉଥିବାର କେତେ ହିତାଧିକାରୀ କହିଛନ୍‌। ବାକି ୯ ହଜାର ଟଁକାରେ କେନ୍‌ କିସମର ପାଇଖାନା ତିଆର ହେଉଥିବାର ଇଥ୍‌ରୁ ଫଟିକ୍‌ ବୁଝାପଡ଼ୁଛେ। ଇ ବାବ୍‌ଦେ ଖଲିଆପାଲି କୁଡ଼ାପଡ଼ାର ଝନେ ହିତାଧିକାରୀ ଅଜିତ ରଣାକୁଁ ପଚରାଲାରୁ ବିଭାଗ ତରଫୁ ମୋର ଘରେ ପାଇଖାନା ତିଆର କରାଯାଇଛେ। ହେଲେ ସେଟା ଏତେ ହଲକା କିସମର କାମ ହେଇଛେ ଯେ ବେଭାର କରି ନାଇଁ ହେବାର। ସେଥିରଲାଗି ମୁଇଁ ଘରର ଜିନିଷପାତି ରଖାସଂଗା କରୁଛେଁ। ଆମର ଅଂଚଲରେ ପାଇଖାନା ତିଆରିରେ ବଡ଼ଭାରି ଜାଲିଆତି, ଦୁରନୀତି ହେଇଛେ, ଭିଜିଲାନ୍ସ ବିଭାଗ ଇତାର ତଦଁତ୍‌ ଭାର ଦେବାର କଥା ବଲି ସେ ଦାବି କରିଛନ୍‌। ସେନ୍‌ତା ଅନେକ ହିତାଧିକାରୀ ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଆର ଜିଲାପାଲ ଦୁରୁଷ୍‌ଟି ଦେଇ କଡ଼ା ପଦକ୍ଷେପ ନେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri