ସମ୍ମୁଖରେ ଜଗିଛି ପୋଲିସ, ପଛପଟୁ ଚୋରି

ଭଞ୍ଜନଗର,୨୬।୭(ଡି.ଏନଏ)-ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକ ସହରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ବ୍ୟାଙ୍କ ଥିବା ଯୋଗୁ ଏଠାରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତିସାରା ପୋଲିସ ଜଗି ରହୁଛି। ବ୍ୟାଙ୍କଠାରୁ ୧୦୦ ମିଟର ଦୂରରେ ଡାକ୍ତରଖାନା, ୫୦ ମିଟର ଦୂରରେ ଏସ୍‌ଡ଼ିପିଓ ଅଫିସ୍‌ ଓ କ୍ୱାର୍ଟର, ଡ଼ିଏଫଓ କ୍ୱାର୍ଟର। ବ୍ୟାଙ୍କ ଛକରେ ପୋଟ୍ରୋଲ ଟାଙ୍କି ମଧ୍ୟ ଅଛି। ଉକ୍ତ ଛକରେ ଘରୋଇ ଘୁମୁସର ହସ୍ପିଟାଲ ସହ ୨ଟି ବଡ଼ ହୋଟେଲ ମଧ୍ୟ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ରହୁଛି। ତଥାପି ଦୁର୍ବୃତ୍ତମାନେ ବୁଧବାର ରାତିରେ ବ୍ୟାଙ୍କର ଗୋଟିଏ ଘର ଛାଡ଼ିଥିତ୍ବା ଏକ ଷ୍ଟୁଡିଓରୁ ଚୋରି କରିଛନ୍ତି। ବ୍ୟାଙ୍କ ସମ୍ମୁଖ ଭାଗ ଛକରେ ପୋଲିସ ପଇଁତରା ମାରୁଥିବା ବେଳେ ଦୁର୍ବୃତ୍ତମାନେ ନିକଟସ୍ଥ ଜେ.କେ.ଷ୍ଟୁଡ଼ିଓ ପଛ ଆଡ଼ୁ ଆସି ଭେଣ୍ଟିଲେଟର ଭାଙ୍ଗି ଭିତରେ ପଶି ୧୨ ହଜାର ଟଙ୍କା, କମ୍ପ୍ୟୁଟର, କ୍ୟାମେରା ଆଦି ଲୁଟି ନେଇଛନ୍ତି। ଗୁରୁବାର ସକାଳେ ଷ୍ଟୁଡିଓ ମାଲିକ ଜୟକୃଷ୍ଣ ପଟ୍ଟନାୟକ ଏହା ଦେଖି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି। ଷ୍ଟୁଡ଼ିଓ ପଛ ପଟେ ଏନଏସି ପୋଖରୀ ଥିତ୍ବା ଯୋଗୁ ରାତିରେ ଉକ୍ତ ଅଞ୍ଚଳଟି ନିଛାଟିଆ ରହୁଛି। ଏହାର ସୁଯୋଗ ନେଇ ଦୁବୁର୍ତ୍ତମାନେ ଚୋରି କରିବାରେ ସକ୍ଷମ ହୋଇଛନ୍ତି। ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅପରପକ୍ଷେ ଗତ କିଛିଦିନ ହେଲା ଭଞ୍ଜନଗର ଥାନା ଅଞ୍ଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କେତେକ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହେଉଥିଲେ ମଧ୍ୟ ଅପରାଧ କମୁ ନଥିବାରୁ ଚିନ୍ତାର କାରଣ ସାଜିଛି। ଏଭଳି ସ୍ଥିତିରେ ଭଞ୍ଜନଗର ପୋଲିସ ସହରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା ଚଳାଇଛି । ୪ବର୍ଷ ପୂର୍ବେ ସହରର ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri