ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍ରେ ଥିବା ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ସୁବୋଧ ସିଂହକୁ ରିମାଣ୍ଡରେ ନେବାକୁ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।
ସୁବୋଧଙ୍କ ନାମରେ ରାଜସ୍ଥାନ ଜୟପୁରରେ ଏକ ମାମଲା ରହିଛି। ଉକ୍ତ ମାମଲାର ତଦନ୍ତ ପାଇଁ ସୁବୋଧଙ୍କୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି।
ମଣପୁରମ୍ ଫାଇନାନ୍ସ ଲିମିଟେଡ ଡକାୟତି ଘଟଣାରେ ସୁବୋଧ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ସୂଚନା ଯୋଗ୍ୟ, ଗତବର୍ଷ ଜାନୁଆରୀ ୩ରେ ବନ୍ଧୁକ ମୁନ୍ରେ ୨୮ କେଜି ସୁନା ଅଳଙ୍କାର ଲୁଟ ହୋଇଥିଲା।

